ରାଜଧାନୀରେ ଟପିପାରେ ୬୦ ହଜାର

ଭୁବନେଶ୍ୱର, ୧୦।୫(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରୁ ଗତ ୨୪ଘଣ୍ଟା ମଧ୍ୟରେ ୧୦୮୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୩ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୭୧ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ଏଯାବତ୍‌ ୫୩ ହଜାର ୬୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ହଜାର ୬୧ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଏବେ ୧୦ହଜାର ୨୫୨ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଗତ ୨୪ଘଣ୍ଟାରେ ୯୦୬ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚତ୍ଛି। ତେବେ ଦୈନିକ ସଂକ୍ରମଣ ହାରକୁ ଦେଖିଲେ ଆଉ ୪/୫ଦିନ ମଧ୍ୟରେ ଏହା ୬୦ହଜାର ପାର୍‌ କରିଯିବ ବୋଲି ଆଶଙ୍କା କରାଯାଉଛି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୫୩ଜଣ ନୟାପଲ୍ଲୀରୁ ରହିଛନ୍ତି। ସେହିପରିି ପଟିଆରୁ ୫୨, ଖଣ୍ଡଗିରିରୁ ୪୪, ରସୁଲଗଡରୁ ୪୦, ୟୁନିଟ-୮ରୁ ୧୬, ସୁନ୍ଦରପଦାରୁ ୨୬, ଶୈଳଶ୍ରୀ ବିହାରରୁ ୨୨, ପୋଖରୀପୁଟରୁ ୨୩, ଲକ୍ଷ୍ମୀସାଗରରୁ ୨୮, ଚନ୍ଦ୍ରଶେଖରପୁରରୁ ୨୩, ମଞ୍ଚେଶ୍ୱର ଓ ବରଗଡରୁ ୧୫ଜଣ ଲେଖାଏ, ପୁରୁଣା ଭୁବନେଶ୍ୱରରୁ ୪୧, ଝାରପଡାରୁ ୩୧, ଡୁମୁଡୁମାରୁ ୩୩, ବରମୁଣ୍ଡାରୁ ୩୨, ନୀଳାଦ୍ରିବିହାରରୁ ୧୭, ବମିଖାଲରୁ ୧୯, ଆଚାର୍ଯ୍ୟ ବିହାରରୁ ୧୨, କଳିଙ୍ଗନଗରରୁ ୧୩, ବାପୁଜୀନଗରରୁ ୬, ଜାଗମରାରୁ ୭, ଜୟଦେବ ବିହାରରୁ ୧୦, ଶାସ୍ତ୍ରୀନଗରରୁ ୭, ଟଙ୍କପାଣି ରୋଡ୍‌ ଓ ୟୁନିଟ୍‌-୪ରୁ ୧୩ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Share