କରୋନା ଯୋଗୁ ଚାକିରୀ ହରାଇ ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ମମ୍ବ୍ରା,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଚାକିରୀ ହରାଇ ବହୁ ଆଇଟି ଇଞ୍ଜିନିୟର ଏବଂ ସାଧାରଣ ଗ୍ରାଜୁଏଟ୍‌ଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେମାନେ ବାଧ୍ୟ ହୋଇ ଏବେ ବର୍ଷା ଦିନେ ନାଳ ସଫା କାର୍ଯ୍ୟ କରୁଛନ୍ତି। ମହାରାଷ୍ଟ୍ରର ମମ୍ବ୍ରା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ପରିବାର ପାଇଁ ଦୁଇବେଳା ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବା ଲାଗି ସେମାନେ ଏଭଳି କରୁଛନ୍ତି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କେତେକ ମଧ୍ୟ ନୂଆ ନାଳ ନିର୍ମାଣ କାର୍ଯ୍ୟରେ ମାଟି ଖୋଳା କାମ କରୁଥିବାର ଦେଖିବାକୁ ମିଳୁଛି। ସେମାନେ କାମ କରୁଥିବା କମ୍ପାନୀ ଲକ୍‌ଡାଉନ୍‌ ଯୋଗୁ ରହିଛି। ତେଣୁ ଦରମା ମିଳୁ ନ ଥିବାରୁ ପାଖରେ ଚଳିବା ପାଇଁ ଟଙ୍କା ନାହିଁ। ନାଳ ସଫା କାମ ସହଜରେ ମିଳୁଥିବାରୁ ସେମାନେ ଏଭଳି କରୁଛନ୍ତି।

Share