ମହାପ୍ରଭୁଙ୍କ ପାଇଁ ୧୦ ବର୍ଷ ହେଲା ହନୁମାନ ସାଜୁଛି, ଛଳଛଳ ଆଖିରେ କହିଲେ ଏଥର କିନ୍ତୁ …

ପୁରୀ,୭।୭: ଆଜି ପବିତ୍ର ରଥଯାତ୍ରା। ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ମହାପ୍ରଭୁଙ୍କୁ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସୁଅଛୁଟଛି। ଅନ୍ୟପକ୍ଷେ ସାଲେପୁର ଅଞ୍ଚଳରୁ ଆସିଥିବା ଦୁଇ ହନୁମାନ ବେଶଧାରୀ ଯୁବକ ବଡଦାଣ୍ଡରେ ପହଞ୍ଚି ଜୟ ଶ୍ରୀରାମ ଧ୍ବନିରେ ନିଜକୁ ହଜାଇ ଦେଇଛନ୍ତି ।
ତେବେ କଡନ ଭିତରେ ଏଥର ନୃତ୍ୟ କରିବାକୁ ବାରଣ କରାଯାଇଥିବା ବେଳେ ଏହାକୁ ନେଇ ଦୁଇ ହନୁମାନ ଦୁଃଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି କାଳିଆ ସାଆନ୍ତ ପାଖରେ ଆମେ ହନୁମାନ ବେଶରେ ନୃତ୍ୟ କରୁ ଏଥର କଣ ହୋଇଛି କେଜାଣି ହଟିଆ ଠାକୁର କଣ ହଟ କରିଛନ୍ତି, ଯେ ପ୍ରଶାସନ କଡନ ଭିତରକୁ କାହାକୁ ପୁରାଇ ଦେଉନାହିଁ ବୋଲି ଛଳଛଳ ଆଖି ସହ ଭାବବିହ୍ବଳ କଣ୍ଠରେ କହିଛନ୍ତି। ତେବେ ସେମାନେ ସେମାନେ ୧୦ ବର୍ଷରୁ ଅଧିକ ବର୍ଷ ହେବ ହନୁମାନ ବେଶରେ ପୁରୀକୁ ଧାଇଁ ଆସନ୍ତି ଆଉ ନୃତ୍ୟ ପରିବେଷଣ କରନ୍ତି। ଏଥର କିନ୍ତୁ ମନ ଦୁଖଃ ହେଉଛି।

Share