ମାଲକାନଗିରି,୧୯।୧୨(ଡି.ଏନ୍.ଏ): ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡନ ସୃଷ୍ଟି କରିଥିବାବେଳେ ମାଲକାନଗିରି ଜିଲାରେ ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ଆଜକୁ ୬ ଦିନ ହେଲା ନିଖୋଜ ଅଛନ୍ତି। ଏ ନେଇ ପରିବାର ଲୋକେ ଶନିବାର କାଲିମେଳା ଥାନାରେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, କାଲିମେଳା ଥାନା ଚିତ୍ରାଙ୍ଗପାଲି ପଞ୍ଚାୟତ ଅନ୍ତର୍ଗତ ବୁଦାଖାଲ ଗ୍ରାମର କୋଷା ମାଙ୍କ କନ୍ୟା ଚନ୍ଦ୍ରୀକୁ କେହି ଦୁର୍ବୃତ୍ତ ରାତିରେ ମୋଟର ସାଇକେଲରେ ବସାଇ ଅନ୍ୟତ୍ର ନେଇଯାଇଥିବା ଅଭିଯୋଗ ହୋଇଛି। ୬ ଦିନ ପର୍ଯ୍ୟନ୍ତ ଝିଅର କୌଣସି ସନ୍ଧାନ ନ ପାଇବାରୁ ନିଖୋଜ ଏବଂ ଅପହରଣ ମାମଲା ପରିବାର ଲୋକେ ଥାନାରେ ରୁଜୁ କରିଛନ୍ତି।