୬ ବର୍ଷ ହେଲା ପ୍ରତିଶ୍ରୁତିରେ ବସ୍‌ ଟର୍ମିନାଲ

ଯାଜପୁର,୨୩ା୬ (ହର୍ଷବର୍ଦ୍ଧନ ବେହେରା): ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ସହରର ନବକଳେବର ହୋଇଛି। ଇତିମଧ୍ୟରେ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇ ମେଡିକାଲ କଲେଜ, ମିନି ସଚିବାଳୟ, ଜିଲା ସଦର ଡାକ୍ତରଖାନାର ଉନ୍ନତୀକରଣ, ରାସ୍ତା ପ୍ରଶସ୍ତୀକରଣ, ଜିଲା କୋର୍ଟ, କୁସୁମା ପୋଖରୀ ଇତ୍ୟାଦି ଉନ୍ନୟନ କାର୍ଯ୍ୟ ହୋଇଛି। ହେଲେ ଯାଜପୁର ସହରର କିଆନାଳି ନିକଟରେ ୨୦୧୮ ଜୁନରୁ ମଞ୍ଜୁର ହୋଇଥିବା ବସ୍‌ ଟର୍ମିନାଲ କାର୍ଯ୍ୟ କେବଳ ଜମି ଅଧିଗ୍ରହଣରେ ସୀମିତ ରହିଛି। ଅନ୍ୟପକ୍ଷେ ଭଲ ବସଷ୍ଟାଣ୍ଡ ନ ଥିବାରୁ ଯାଜପୁର ସହରରେ ଥିବା ମା’ ବିରଜା ମନ୍ଦିର, ବୈତରଣୀ ନଦୀ କୂଳ ସପ୍ତମାତୃକା ମନ୍ଦିର, ବରାହ ପୀଠ, କୁସୁମା ଆଦି ସ୍ଥାନକୁ ଆସୁଥିବା ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କିଆନାଳି କୂଳରେ ପ୍ରସ୍ତାବିତ ବସ୍‌ ଟର୍ମିନାଲ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୮ ଜୁନ ୧୨ରେ ୩ଟି ପର୍ଯ୍ୟାୟରେ ଅନୁଦାନ ମଞ୍ଜୁର ହୋଇଥିଲା। ଏହି ଅନୁଦାନକୁ ଯାଜପୁର ପୌରପରିଷଦ ପକ୍ଷରୁ ଉଠାଣ କରାଯାଇ ପାଣିକୋଇଲି (ଆର ଆଣ୍ଡ ବି) ବା ପୂର୍ତ୍ତ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତତ୍କାଳୀନ ଅନୁସଚିବ ପି.କେ. ସାହୁ ତାଙ୍କ ପତ୍ରସଂଖ୍ୟା ୧୫୧୦୯/୧୨ା୬ା୨୦୧୮ରେ ୧ କୋଟି ୧୭ଲକ୍ଷ ୮୩ ହଜାର ୭୬୦ ଟଙ୍କା, ପତ୍ରସଂଖ୍ୟା ୧୫୧୦୩/୧୨ା୬ା୨୦୧୮ରେ ୪୫ ଲକ୍ଷ ୧୭ ହଜାର ୧୦୮ ଟଙ୍କା ଏବଂ ପତ୍ରସଂଖ୍ୟା ୧୫୦୯୭/୧୨ା୬ା୨୦୧୮ରେ ୩୩ ଲକ୍ଷ ୩୮ ହଜାର ୭୩୨ ଟଙ୍କା ମଞ୍ଜୁର କରିଥିଲେ। ହେଲେ ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଉକ୍ତ ବସ୍‌ ଟିର୍ମିନାଲର ଦେଖାମିଳିନାହିଁ। ବହୁ ଟ୍ରାଫିକ ସମସ୍ୟା ଦେଇ ସହର ଭିତରେ ଏକ ଛୋଟ ଓ ପୁରୁଣା ବସ୍‌ଷ୍ଟାଣ୍ଡ ରହିଥିବାରୁ ଉପଯୁକ୍ତ ଭାବେ ଯାତ୍ରୀବାହୀ ବସ୍‌ ଚଳାଚଳ ସମ୍ଭବ ହୋଇପାରୁନାହିଁ। ଏଥିପାଇଁ ଏକ ଆଧୁନିକ ବସଷ୍ଟାଣ୍ଡ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ହୋଇଛି। ସେହିପରି ସଦର ବ୍ଲକ ପଣସା ପଞ୍ଚାୟତ ବିନ୍ଧାଣ ମୌଜାରେ ଏକ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଛି। ୭ା୧୨ା୨୦୨୧ରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ ସାଇ ଶିବ କନ୍‌ଷ୍ଟ୍ରକ୍ସନକୁ ୧୧ା୧ା୨୦୨୨ରେ ପୂର୍ତ୍ତ ବିଭାଗ ପକ୍ଷରୁ କାମ କରିବାକୁ ସ୍ବୀକୃତି ଦିଆଯାଇଥିଲା। ଏଥିପାଇଁ ସମ୍ପୃକ୍ତ ଠିକାସଂସ୍ଥା ୨ କୋଟି ୯୧ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ ମଧ୍ୟ କରି ସାରିଛି। ତେବେ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ ଇତିମଧ୍ୟରେ ବିିଭିନ୍ନ ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ପାଇଥିବାରୁ ସେହି ପୁରୁଣା ଦରରେ ଆଉ କାର୍ଯ୍ୟ କରି ହେବ ନାହିଁ ବୋଲି ସମ୍ପୃକ୍ତ ଠିକାସଂସ୍ଥା ଦର୍ଶାଇ ଓହରିଯିବାକୁ ଚେତାବନୀ ଦେଇଥିଲା। ଏହିକ୍ରମରେ ଲୋକହିତରେ ଜାରି ଏହି ନୂତନ ବସଷ୍ଟାଣ୍ଡ ଓ ବସ୍‌ ଟର୍ମିନାଲ ନିର୍ମାଣରେ ପ୍ରଶାସନିକ ଅବହେଳା ସାଧାରଣ ଲୋକଙ୍କ ପାଇଁ ବିପଦ ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇସାରିଛି। ଏହାର ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା...

ଏମ୍‌ଆଇପି ପୋତିଦେବାକୁ ଷଡ଼ଯନ୍ତ୍ର

ଯାଜପୁର,୧୪ା୯(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେଜଣ...

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri