୭ମାସ ହେଲା ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ମିଳୁନି

ଡେରାବିଶ,୧୩ା୬ (ସ୍ବ.ପ୍ର.): ଡେରାବିଶ ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏବିଡିଓ ଭଞ୍ଜକିଶୋର ନାୟକ ଶୁଭାରମ୍ଭ କରିଥିଲେ। ଏଥିରେ ନରସିଂହପୁର ସରପଞ୍ଚ ସୁଧୀର କୁମାର ଖଟୁଆ, ସମିତିସଭ୍ୟ ଅନନ୍ତ ପ୍ରସାଦ ଜେନା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଏବିଡିଓ ନାୟକ, ଅତିରିକ୍ତ ତହସିଲଦାର ସୁଜିତ କୁମାର ସ୍ବାଇଁ ଉପସ୍ଥିତ ରହି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରୁ ଆସିଥିବା ଅଭିଯୋଗର ଶୁଣାଣି କରିଥିଲେ। ଏହି ଅଭିଯୋଗ ମଧ୍ୟରେ ସରକାରଙ୍କର ମୋ ଘର ଯୋଜନା, ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ଥିବା ହିତାଧିକାରୀ ସେମାନଙ୍କ ଅଭିଯୋଗ ପ୍ରଦାନ କରିଥିଲେ। ପଞ୍ଚାୟତର ନରସିଂହପୁର ଗ୍ରାମର ବହୁ ହିତାଧିକାରୀ ସେମାନଙ୍କର ରାଶନ ସାମଗ୍ରୀ ୭ ମାସ ହେବ ପାଇବାରୁ ବଞ୍ଚତ୍ତ ହେଉଥିବା ନେଇ ନିମାଁଇ ବେହେରାଙ୍କ ନେତୃତ୍ୱରେ ଏବିଡିଓ ନାୟକଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏହି ରାଶନ ସାମଗ୍ରୀକୁ ଯୋଗାଇବା ଦାୟିତ୍ୱରେ ଥିବା ଏଣ୍ଡର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ହଡ଼ପ କରିଥିବା ନେଇ ଅଭିଯୋଗ କରିଥିଲେ। ବହୁ ହିତାଧିକାରୀଙ୍କୁ ସମବାୟ ସମିତିର ସମ୍ପାଦକ ଏକ ସମୟରେ ୭ ମାସର ଚାଉଳ ଦେବା ନେଇ ବେହେରାଙ୍କ ସମେତ ଉପସ୍ଥିତ ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ତେବେ ଡେରାବିଶ ବ୍ଲକରେ ବହୁ ୱାର୍ଡ଼ର ହିତାଧିକାରୀମାନେ ସେମାନଙ୍କ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସେହିପରି ରାଶନ କାର୍ଡ଼ରେ ପରିବାରର ବହୁ ସଦସ୍ୟଙ୍କ ନାମ ପଞ୍ଜୀକୃତ କରିବାକୁ ଆବେଦନ କରାଯାଉଥିଲେ ମଧ୍ୟ ବ୍ଲକରେ ସ୍ଥାୟୀ ମାର୍କେଟିଂ ଇନ୍ସପେକ୍ଟର ନ ଥିବା ଓ ଏହି ପଦବୀର ଦାୟିତ୍ୱରେ ଥିବା ଅଧିକାରୀ ବ୍ଲକ କାର୍ଯ୍ୟାଳୟକୁ ନ ଆସିବା ବିଭାଗରେ ଚାଲିଥିବା ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ଏବିଡିଓଙ୍କ ନିକଟରେ ଦର୍ଶାଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଉପସ୍ଥିତ ହିତାଧିକାରୀଙ୍କ ମଧ୍ୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବ୍ଲ୍ଳକ ମାର୍କେଟିଂ ଇନ୍ସପେକ୍ଟରଙ୍କର ଉପସ୍ଥିତିରେ ଏହି ବିଭାଗକୁ ଚଳାଉଥିବା ଜଣେ କର୍ମଚାରୀ ଏହାର କୌଣସି ଉତ୍ତର ଦେଇ ପାରି ନ ଥିଲେ। ସେହିପରି ଆବାସ ଗୃହ ଯୋଜନାରୁ ବଞ୍ଚତ୍ତ ହିତାଧିକାରୀ ସେମାନଙ୍କ ଅଭିଯୋଗ ପ୍ରଦାନ କରିଥିଲେ। ଏଥିରୁ ଏବିଡିଓ ନାୟକ କେତେଗୋଟି ଅଭିଯୋଗର ତ୍ୱରିତ ସମାଧାନ କରିଥିବା ବେଳେ ଅନ୍ୟ ଅଭିଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବିଭାଗୀୟ ସମ୍ପ୍ରସାରଣ ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସାବିତ୍ରୀ ମନ୍ତ୍ରୀ, ଗୃହ ନିର୍ମାଣ ବିଭାଗର ଦେବେଶ ବେହେରା, ତାପସ କୁମାର ଜେନା ପ୍ରମୁଖ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସେମାନଙ୍କ ବିଭାଗର ଅଭିଯୋଗମାନ ଗ୍ରହଣ କରିଥଲେ। ଶିବିରରେ ୧୦ରୁ ଊର୍ଦ୍ଧ୍ୱ ବିଭିନ୍ନ ବିଭାଗର ଷ୍ଟଲ ଖୋଲାଯାଇଥିଲା। ଏଥିରେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡା. କ୍ରିଷ୍ଣା ପଣ୍ଡା, ସହାୟକ ଅଜୟ କୁମାର ରାଉତ ଓ ସଲିଲା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଖୋଲାଯାଇଥିବା ସ୍ବାସ୍ଥ୍ୟ ଶିବିରରେ ଉପସ୍ଥିତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତିଳୋତ୍ତମା ନାୟକ, ଗ୍ରାମ ରୋଜଗାର ସେବକ ସତ୍ୟବ୍ରତ ସାହୁ ଓ ଅନିଲ କୁମାର ସେଠୀ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri