ମଦ ବିରୋଧୀ ମହିଳାଙ୍କୁ ଗୁଳିମାଡ଼କୁ ୯ ବର୍ଷ

କେନ୍ଦ୍ରାପଡ଼ା,୮ା୩ (ଜଗନ୍ନାଥ ଧଳ): ୨୦୧୫ ବିଶ୍ୱ ମହିଳା ଦିବସକୁ ଇତିମଧ୍ୟରେ ୯ ବର୍ଷ ପୁରିଛି। ସେହିଦିନ ମଦ ବିରୋଧରେ ଆନ୍ଦୋଳନରତ ମହିଳାଙ୍କୁ ପୋଲିସର ଗୁଳିମାଡ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଏବେ ବି ତାଜା ରହିଛି। ଏପରି ଘଟଣା ସତ୍ତ୍ୱେ ମହିଳାମାନେ ମଦ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜକନିକା ଥାନା ନମତରା ଗ୍ରାମର ସସ୍ମିତା ଜେନାଙ୍କ ତଳିପେଟରେ ଲାଗିଥିବା ପୋଲିସର ଗୁଳି ଅଦ୍ୟାବଧି ବାହାରି ନ ଥିବା ବେଳେ ଏନେଇ ହୋଇଥିବା ଆରଡିସି ତଦନ୍ତର ରିପୋର୍ଟ ପ୍ରକାଶ ପାଇନାହିଁ। ସେହିପରି ଉପଯୁକ୍ତ କ୍ଷତିପୂରଣ ମିଳି ନ ଥିବା ନମତରା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ପୋଲିସର ୨ ଗୁଳି ଖାଇଥିବା ମହିଳା ବେଙ୍ଗ ଜେନା କୁହନ୍ତି, ଗତ ୯ ବର୍ଷ ଧରି ସ୍ବାଭାବିକ ଜୀବନଯାତ୍ରାରେ ବ୍ୟତିକ୍ରମ ହୋଇଛି। ଦଳିତ ପରିବାରରେ ସର୍ବଦା ଆର୍ଥିକ ଦୁର୍ଗତି ଥାଏ। ଏହାକୁ ଭରଣା କରି ହେଉ ନ ଥିବା ବେଳେ ନମତରା ବଜାରରେ ଥିବା ମଦ ଦୋକାନରେ ଗ୍ରାମର ଅର୍ଦ୍ଧାଧିକ ପୁରୁଷଙ୍କ ସମୟ ବିତୁଥିଲା। ମଦ ପିଇବା ପରେ ପରିବାରର ମହିଳା ଓ ଶିଶୁଙ୍କ ଯାତନା ବଢ଼ୁଥିଲା। ଗ୍ରାମର ସମସ୍ତ ମହିଳା ଏହି ଦୋକାନ ବନ୍ଦ କରିବା ପାଇଁ ପ୍ରଶାସକ ଓ ରାଜନେତାଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏଥିପାଇଁ ଗ୍ରାମର ମହିଳାମାନେ ମହିଳା ଦିବସରେ ମଦ ଦୋକାନ ନିକଟରେ ଏକାଠି ହୋଇଥିଲେ। ତେବେ ଜିଲା ପୋଲିସ ପକ୍ଷରୁ ଆଖିବୁଜା ଗୁଳିମାଡ଼ ବଜାର ସମେତ ଘର ଭିତରେ ହୋଇଥିଲା। ଏଥିରେ ୩୭ ଜଣ ଗୁରୁତର ହୋଇଥିଲେ। ଗୁଳିମାଡ ପରେ ବି ମଦ ବିରୋଧରେ ଆନ୍ଦୋଳନ ଥମି ନ ଥିବା ସେ ପ୍ରକାଶ କରିଛନ୍ତି। ତତ୍କାଳୀନ ସମୟର ନବମ ଶ୍ରେଣୀର ଛାତ୍ରୀ ରଶ୍ମିତା ଜେନା କହିଛନ୍ତି, ଟିଉଶନରୁ ଫେରୁଥିବା ସମୟରେ ପୋଲିସର ଗୁଳିମାଡ଼ର ଶୀକାର ହୋଇଥିଲେ। ତାଙ୍କ ଶରୀରରେ ୨ଟି ଗୁଳି ବାଜିଛି। ଚିକିତ୍ସା ପରେ ପାଠ ପଢ଼ା ବନ୍ଦ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରୀ ରୀତା ଜେନା କୁହନ୍ତି, ପୋଲିସର ଗୁଳି ମାଡ ଜୀବନର ଗତିପଥକୁ ବଦଳାଇ ଦେଇଛି। ପାଠ ପଢ଼ା ଭଲ ନ ହେବାରୁ ମାଟ୍ରିକ ପରୀକ୍ଷାରେ ଭଲ ହେଲା ନାହିଁ। ଅଧିକାଂଶ ସମୟରେ ଗୁଳି ମାଡ ହୋଇଥିବା ଆଣ୍ଠୁୁ ଯନ୍ତ୍ରଣା ଦେଉଛି। ଚାଲିବା ଏବେ ବି ଠିକ ହୋଇନାହିଁ। ଏହି ପରି ଘଟଣା ସସ୍ମିତାଙ୍କ ହୋଇଛି। ତାଙ୍କ ଦେହରୁ ଏପର୍ଯ୍ୟନ୍ତ ଗୁଳି ବାହାରି ପାରିନାହିଁ।
ଓଡ଼ିଶା ନିଶା ନିବାରଣ ଅଭିଯାନର ସକ୍ରୀୟ ସଦସ୍ୟ ଶ୍ରୀକାନ୍ତ ନାୟକ କହିଛନ୍ତି, ମାର୍ଚ୍ଚ ୮ ତାରିଖର ଏହି ଘଟଣା ରାଜ୍ୟ ସାରା ଚର୍ଚ୍ଚାରେ ବିଷୟ ହୋଇଥିଲା। ଏହି ଗୁଳିମାଡ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ସେହି ମାସ ୧୨ ତାରିଖରେ ସେଣ୍ଟ୍ରାଲ ଆରଡିସିଙ୍କୁ ଦାୟିତ୍ୱ ଦେଇଥିଲେ।  ୨୦୧୬ ସେପ୍ଟେମ୍ବର ସୁଦ୍ଧା ତତ୍କାଳୀନ ଆରଡିସି ଅଖିଳ ବିହାରୀ ଓତା ମୋଟ ୫୭ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ଅକ୍ଟୋବରରେ ଏହାର ରିପୋର୍ଟ ମିଳିବ ବୋଲି ସୂଚନା ଦେଇଥିଲେ। ତେବେ ଅଦ୍ୟାବଧି ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ଜିଲା ପୋଲିସର ଏପରି ଅମାନୁଷିକ କାର୍ଯ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ। ସେହିପରି ରାଜ୍ୟ ମାନବିକ ଅଧିକାର କମିଶନରଙ୍କ ନିର୍ଦ୍ଦେଶରେ ନାମକୁ ମାତ୍ର କ୍ଷତିପୂରଣ ମିଳିଛି। ତୁରନ୍ତ ଆରଡିସିଙ୍କ ତଦନ୍ତ ରିପୋର୍ଟ ପ୍ରକାଶ ପାଇଁ ସେ ଦାବି କରିଛନ୍ତି। ଏସମ୍ପର୍କରେ ଏଡିଏମ ପୀତାମ୍ବର ସାମଲ କହିଛନ୍ତି, ରାଜ୍ୟ ମାନବିକ ଅଧିକାର କମିଶନରଙ୍କ ନିର୍ଦ୍ଦେଶରେ ଗୁଳି ବାଜିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଓ ସସ୍ମିତାଙ୍କୁ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ସେତେବେଳେ ଯୋଗାଇ ଦିଆ ଯାଇଥିବା ଏଡିଏମ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri