Categories: ଫୁରସତ

ବାସହୀନଙ୍କୁ ସାହାଯ୍ୟ ପାଇଁ ବର୍ଷେ ହେଲାଣି ଟେଣ୍ଟରେ

ଇଂଲଣ୍ଡ: ବର୍ତ୍ତମାନ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ଖୁବ୍‌ କମ୍‌ ଲୋକଙ୍କୁ ଦେଖିବାକୁ ମିଳିବ। ତେବେ ନିକଟରେ ଜଣେ ୧୩ ବର୍ଷୀୟା ବାଳିକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜେ ଖରା, ବର୍ଷା, ଶୀତରେ ଘର ବାହାରେ ଟେଣ୍ଟକରି ରହୁଥିବା ଜଣାପଡ଼ିଛି। ଇଂଲଣ୍ଡର ପୁଡ୍‌ସେର ବାସିନ୍ଦା ବିଲି ଥମସନ୍‌ ୧ ବର୍ଷ ହେବ ଏପରି ଭାବେ ରହୁଛନ୍ତି। ଫଳରେ ସେ ମାକ୍ସ ୱସେଙ୍କ ରେକର୍ଡକୁ ଭାଙ୍ଗି ଚ୍ୟାରିଟିକୁ ମିଳିଥିବା ଟଙ୍କା ଜରିଆରେ ବାସହୀନଙ୍କୁ ଘର ଯୋଗାଇ ପାରିବେ। ରିପୋର୍ଟ ମୁତାବକ, ବିଲିଙ୍କ ଉଦ୍ଦେଶ୍ୟ ମାକ୍ସଙ୍କ ରେକର୍ଡକୁ ଭାଙ୍ଗିବା। ମାକ୍ସ ୩ ବର୍ଷ ଧରି ଟେଣ୍ଟରେ ରହି କ୍ୟାମ୍ପେନ କରି ଲୋକଙ୍କୁ ସାହାଯ୍ୟ ପାଇଁ ୭ଶହ ହଜାର ପାଉଣ୍ଡ ଏକାଠି କରି ଉତ୍ତର ଦେଭନ ହସ୍ପିସ୍‌କୁ ଦାନ କରିଥିଲେ। ବିଲି କହିଛନ୍ତି, ମାକ୍ସ କ୍ୟାମ୍ପେନିଂ କରି ସବୁଠୁ ବଡ଼ ଅର୍ଥ ଏକାଠି କରିଥିବା ୱାଲର୍‌ଡ ରେକର୍ଡକୁ ଭାଙ୍ଗି ତାଙ୍କଠାରୁ ଅଧିକ ଅର୍ଥ ଏକାଠି କରିବାକୁ ପ୍ରୟାସ ରହିଛି। ବିଲି ଗତବର୍ଷ ଜୁଲାଇ ୧୭ରୁ ଟେଣ୍ଟରେ ରହିବା ଆରମ୍ଭ କରିଥିଲେ। ସେହିଦିନ ତାଙ୍କ ଜନ୍ମଦିନ ଥିଲା। ପ୍ରଥମରେ ସେ ୧୦୦ ଦିନର କ୍ୟାମ୍ପେନିଂ କରି ‘ଏମୈସ’ ପାଇଁ ଅର୍ଥ ଯୋଗାଡ଼ କରିବାକୁ ଉଦ୍ଦେଶ୍ୟ ରଖିଥିଲେ। ‘ଏମୈସ’ ହେଉଛି ଏକ ସଂଗଠନ, ଯାହା ବାସହୀନ ବ୍ୟକ୍ତିଙ୍କ ପାଇଁ ଅର୍ଥ ସଂଗ୍ରହ କରି ସାହାଯ୍ୟ କରିଥାଏ। ସେ ୧୦୦ ଦିନରେ ୧୦୦ ପାଉଣ୍ଡ ଅର୍ଥାତ୍‌ ୧୦ହଜାର ୫୪୦ ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଥିଲେ। ଏହାପରେ ସେ ଯୋଜନା କଲେ ଯେ ମାକ୍ସଙ୍କ ରେକର୍ଡକୁ ଭାଙ୍ଗିବାକୁ ଆଉ ୨ ବର୍ଷ ସେ ଟେଣ୍ଟରେ ବିତାଇବେ।

Share