ଦେଶରେ ବଢ଼ିଛି, ଓଡ଼ିଶାରେ କମିଛି

ନୂଆଦିଲ୍ଲୀ/ବାରିପଦା,୩୦ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବାବେଳ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଲଗାତର କମିବାରେ ଲାଗିଛି। ୨୦୦୬ରେ ରାଜ୍ୟରେ ୪୫ ମହାବଳ ବାଘ ଥିବାବେଳେ ୨୦୧୦ରେ ଏହା ୩୨କୁ ଖସିଥିଲା। ୨୦୧୮ରେ ପୁଣି ହ୍ରାସ ପାଇ ୨୮ ଏବଂ ୨୦୨୨ରେ ରାଜ୍ୟରେ ମହାବଳଙ୍କ ସଂଖ୍ୟା ୨୦ରେ ପହଞ୍ଚତ୍ଛି। ତେବେ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ ଗଣନାରେ ମହାବଳ ସଂଖ୍ୟା ୮ରେ ସୀମିତ ରହିଥିଲା। ୪ ବର୍ଷ ମଧ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇ ଏବେ ୧୬ରେ ପହଞ୍ଚତ୍ଛି। ସେହିପରି ବିଭିନ୍ନ ସମୟରେ ଅନ୍ୟ ଜଙ୍ଗଲରୁ ୪ବାଘ ଶିମିଳିପାଳକୁ ଆସୁଥିବା ଟ୍ରାପ୍‌ କ୍ୟାମେରାରୁ ଜଣାପଡ଼ିଛି। ତେବେ ଏହି ବାଘ ସଂଖ୍ୟା ବୃଦ୍ଧି ନେଇ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ ପାଇଥିବା ବେଳେ ବିଗତ ଦିନର ବାଘ ସଂଖ୍ୟାକୁ ନେଇ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି ା
ମହାବଳ ଓ କଳା ବାଘ ପାଇଁ ବିଶ୍ୱ ଦରବାରରେ ଶିମିଳିପାଳ ପ୍ରସିଦ୍ଧିଲାଭ କରିଛି। ମାତ୍ର ଦିନକୁ ଦିନ ମହାବଳ ବାଘଙ୍କ ସଂଖ୍ୟା କମିବା ଦ୍ୱାରା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉଦ୍ଦେଶ୍ୟ ଠିକ୍‌ ଭାବେ ସାଧିତ ହୋଇପାରୁ ନ ଥିବା ପ୍ରାଣୀପ୍ରେମୀମାନେ ଅଭିଯୋଗ କରିଆସୁଛନ୍ତି। ପର୍ଯ୍ୟଟନ ଓ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଶିମିଳିପାଳ ଅଭୟାରଣ୍ୟକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ଗୋଷ୍ଠୀ ସହଭାଗିତା ଓ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସଂଯୁକ୍ତା ବସା କହିଛନ୍ତି। ସେହିପରି ଶିମିଳିପାଳରେ ମହାବଳ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ସକାରାମତ୍କ ଭାବନା ଦେଖାଦେଇଛି। ନିଷିଦ୍ଧ ଅଞ୍ଚଳରେ ବସବାସ କରୁଥିବା ଶାନ୍ତ ପ୍ରାଣୀଙ୍କୁ ବିଭ୍ରାନ୍ତ କରାଗଲେ ବାଘ ସଂଖ୍ୟା ବୃଦ୍ଧି ପାଇବାରେ ଅନିଶ୍ଚିତତା ଦେଖାଦେବ। ବାଘ ରହୁଥିବା ଅଞ୍ଚଳରେ ପର୍ଯ୍ୟଟକଙ୍କ ଚଳପ୍ରଚଳ ଓ ଗାଡ଼ି ଶବ୍ଦ ଯୋଗୁ ସେମାନେ ବାଟବଣା ହୋଇଥାନ୍ତି। ଏଣୁ ଶିମିଳିପାଳ ଅଭୟାରଣ୍ୟକୁ ଟୁରିଜମ୍‌ କିମ୍ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଉ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ୍‌) ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇ କାର୍ଯ୍ୟକାରୀ କରାଯାଉଛି ା ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟ ଏକମାତ୍ର ଉତ୍ତମ ପରିବେଶ। ପ୍ରକଳ୍ପ ମଧ୍ୟରେ ଥିବା ଜନବସତିକୁ ଥଇଥାନ କରିବା ସହିତ ସେମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ କରିବାକୁ ପ୍ରୟାସ ଜାରି ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୮ା୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ବାତ୍ୟାର ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ...

ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକା ତଟଦେଶ ମୁଖରିତ

କୃଷ୍ଣପ୍ରସାଦ,୨୮ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ଶୀତଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ଚିଲିକାର ପରିବେଶ। ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ...

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ...

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri