Categories: ବାଣିଜ୍ୟ

୧ ହଜାର କୋଟିର କଳାଧନ ଠାବ କଲା ଆଇଟି

ନୂଆଦିଲ୍ଲୀ: ଆୟକର ବିଭାଗ (ଆଇଟି) ପକ୍ଷରୁ ୧ ହଜାର କୋଟି ଟଙ୍କାର ଅଘୋଷିତ ଆୟ ଠାବ କରିବାକୁ ସକ୍ଷମ ହୋଇଛି। ଦକ୍ଷିଣ ଭାରତର ଜଣେ ପ୍ରମୁଖ ଜୁଏଲର୍ସଙ୍କଠାରୁ ଏହି କଳା ସମ୍ପତ୍ତି ଠାବ କରାଯାଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ନାମ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଚେନ୍ନାଇ, ମୁମ୍ବାଇ, କୋଏମ୍ବାଟୁର, ମଦୁରାଇ, ତିରୁଚିରାପଲ୍ଲୀ, ତ୍ରିଶୂର, ନେଲୋର, ଜୟପୁର ଏବଂ ଇନ୍ଦୋର ଭଳି ସ୍ଥାନଗୁଡିକରେ ବିଭାଗ ଚଢାଉ କରିଥିଲା। ଚଢାଉ ବେଳେ ୧.୨ କୋଟିର ନଗଦ ଅର୍ଥ ମଧ୍ୟ ଠାବ କରାଯାଇଛି। ଜାଲ କ୍ୟାଶ କ୍ରେଡିଟ, ଟିକସ ଫାଙ୍କି, ବିମୁଦ୍ରୀକରଣ ସମୟରେ ଟଙ୍କା ଜମା ଏବଂ ଷ୍ଟକ ଭାରିଏଶନ ଭଳି ବିଭିନ୍ନ ବେଆଇନ କାର୍ଯ୍ୟରେ ବ୍ୟକ୍ତି ଜଣକ ଲିପ୍ତ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share