Categories: ଖେଳ

ମୋ’ କ୍ୟାରିୟରରେ କେବେ ବି ଏଭଳି ଘଟି ନ ଥିଲା, ସେଥିପାଇଁ ହସିଥିଲି: କୋହଲି

ବେଙ୍ଗାଲୁରୁ,୧୧।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଆର୍‌ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ସଂଘର୍ଷ କରୁଥିବା ଦେଖାଯାଇଛି। ଏଯାବତ ସେ ୧୨ ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୨୧୬ ରନ ସଂଗ୍ରହ କରିଛନ୍ତି। ସେଥିରୁ ୩ ମ୍ୟାଚରେ ଗୋଲ୍ଡେନ ଡକ ବା ଗୋଟିଏ ବଲ ସାମ୍ନା କରି ଶୂନରେ ଆଉଟ ହୋଇଛନ୍ତି ସେ। ତେବେ ଏଭଳି ଭାବେ ଆଉଟ୍‌ ହେବା ପରେ ବିରାଟ ହସି ହସି ପାଭିଲିୟନ ଫେରୁଥିବା ଦେଖାଯାଇଥିଲା। ଏହାକୁ ନେଇ ବିରାଟ କହିଛନ୍ତି, ମୋ’ କ୍ରିକେଟ କ୍ୟାରିୟର ମଧ୍ୟରେ କେବେ ହେଲେ ମୋ ସହ ଏମିତି ଘଟଣା ଘଟି ନଥିଲା। ଏବେ ମୁଁ ଖେଳରେ କ’ଣ ସବୁ ହୋଇପାରେ, ସେସବୁ ଦେଖି ସାରିଛି। ଏକଥା ଭାବି ମୁଁ କେବଳ ହସି ଦେଉଛି। ତେବେ ସମାଲୋଚନାକୁ ମୁଁ ସବୁବେଳେ ସାଇଡ କରି ରଖେ। ଏଣୁ ତାହା ମୋ ଉପରେ କୌଣସି ପ୍ରଭାବ ପକାଇ ପାରୁ ନାହିଁ ବୋଲି ବିରାଟ କହିଛନ୍ତି। ମିଷ୍ଟର ନାଗ୍‌ଙ୍କ ସହ କୋହଲିଙ୍କ ଏହି ବାର୍ତ୍ତାଳାପର ଭିଡିଓ ଆର୍‌ସିବି ପକ୍ଷରୁ ଶେୟାର କରାଯାଇଛି। ଦେଖନ୍ତୁ ଭିଡିଓ:

Share