ସକାଳୁ ଉଠିବା ପରେ ନିଶ୍ଚୟ କରନ୍ତୁ ଏହି କାମ: ଘରେ ରହିବ ନାହିଁ ଧନର ଅଭାବ

କୋଟିପତି ହେବାକୁ କିଏ ବା ନ ଚାହେଁ। ଏହି ଆଧୁନିକ ଯୁଗରେ ଟଙ୍କାଥିଲେ ସବୁକିଛି ଅଛି। ଯଦି ପାଖରେ ଟଙ୍କା ନାହିଁ, ତେବେ କେହି ହେଲେ ଅନାଇବେ ନାହିଁ। ସମସ୍ତେ ଦୂରେଇ ଯିବେ। ଏପରି ପରିସ୍ଥିତିରେ ଏମିତି କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଆଉ ଧନର ଅଭାବ ରହିବ ନାହିଁ।
ସମସ୍ତେ ଜାଣନ୍ତି ଯେ, ଏତେ ସହଜରେ ଟଙ୍କା ରୋଜଗାର ହୋଇପାରିବ ନାହିଁ। କିନ୍ତୁ ଏମିତି କିଛି ସରଳ ଉପାୟ ରହିଛି ଯାହାକୁ ଆପଣାଇଲେ ଆମେ ଆମର ଆଗାମୀ ଦିନକୁ ପରିବର୍ତ୍ତନ କରିପାରିବା। ଏହା ଦ୍ୱାରା ଆଉ ଟଙ୍କାର ଅଭାବ ରହିବ ନାହିଁ। ଆମ ପୂର୍ବପୁରୁଷମାନେ କହୁଥିଲେ ଯେ, ସମସ୍ତେ ସକାଳୁ ଉଠିବା ଉଚିତ। ଏହା ଦ୍ୱାରା ଶରୀରକୁ ଏକ ପ୍ରକାର ନୂତନ ଶକ୍ତି ମିଳିଥାଏ। ସକାଳୁ ଉଠିବା ସ୍ବାସ୍ଥ୍ୟପାଇଁ ଲାଭଦାୟକ ମଧ୍ୟ।

ଉପାୟ ୧: ସୂର୍ଯ୍ୟଦୟ ପୂର୍ବରୁ ଉଠିବା ପରେ ସର୍ବପ୍ରଥମେ ଗାଧୋଇବା ଉଚିତ୍‌। ପରେ ପରିଷ୍କାର ପୋଷାକ ପିନ୍ଧି ବିଧି ମୁତାବକ ନିଜର ଇଷ୍ଟ ଦେବତାଙ୍କୁ ପୂଜା କରିବା ଉଚିତ୍‌। ଏପରି ପ୍ରତିଦିନ କରିବାକୁ ପଡ଼ିବ। ଏହାଦ୍ୱାରା ଆମ ଘରେ ଥିବା ଦେବାଦେବୀଙ୍କ କୃପା ଆମ ଉପରେ ପଡ଼ିଥାଏ।
ଉପାୟ ୨: ଅଧିକ ଟଙ୍କା ଆୟ କରିବା ପାଇଁ ଆମକୁ ଧୌର୍ଯ୍ୟ ଧରିବାକୁ ପଡ଼ିବ। ପ୍ରତିଦିନ ସକାଳେ ପୂଜା ସମୟରେ ଆମକୁ ଭଗବାନଙ୍କ ସାମ୍ନାରେ ଘିଅ ଦୀପ ଜାଳିବାକୁ ହେବ। ଇଷ୍ଟ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ସମୟ ଭଜନ କରିବାକୁ ପଡ଼ିବ। ଏହା ଦ୍ୱାରା ମନଷ୍କାମନା ପୂର୍ଣ୍ଣ ହେବ ଏବଂ ଆପଣ ଧନୀ ହୋଇପାରିବେ।