Categories: ଜାତୀୟ

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରିବା ଏକ ଅପରାଧ: ସ୍ବାମୀଙ୍କୁ ୧୦ ହଜାର ଡଲାର ଜରିମାନା ଲାଗୁ କଲେ କୋର୍ଟ…

ବେଙ୍ଗାଲୁରୁ,୨୭।୧୨ : ସ୍ତ୍ରୀଙ୍କ ଉପରେ ସନ୍ଦେହ କରିବା ଏକ ଅପରାଧ। ଏହା ମଧ୍ୟ ଏକ ଦାମ୍ପତ୍ୟ କ୍ରୁରତା ବୋଲି କର୍ନାଟକ ହାଇକୋର୍ଟ କହିଛନ୍ତି। ଏହା ସହିତ ସ୍ତ୍ରୀଙ୍କ ଚରିତ୍ର ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିବା ସ୍ବାମୀଙ୍କ ଉପରେ କୋର୍ଟ ୧୦ ହଜାର ଡଲାର ଜରିମାନା ଲାଗୁ କରିଛନ୍ତି। ଏହାକୁ ସ୍ତ୍ରୀଙ୍କୁ ଶୀଘ୍ର ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି କେଏସ ମୁଦଗଲ ଏବଂ କେଭି ଅରବିନ୍ଦଙ୍କ ଏକ ଡିଭିଜନ ବେଞ୍ଚ ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଆବେଦନ କରାଯାଇଥିବା ମାମଲାରେ ସ୍ବାମୀ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରିବା ସହିତ ପୁଅଙ୍କର ଡିଏନଏ ପରୀକ୍ଷା କରିବାକୁ ବାଧ୍ୟ କରୁଥିବା ଉଲ୍ଲେଖ କରାଯାଉଥିଲା। ଏହା ଦ୍ୱାର ସ୍ତ୍ରୀଙ୍କ ଉପରେ ମାନସିକ ନିର୍ଯାତନା ହେଇଥିବା ଅଭିଯୋଗ ହୋଇଥିଲା।
୨୦୧୧ରେ ସ୍ବାମୀଙ୍କ ଦ୍ୱାରା ଦିଆଯାଇଥିବା ଛାଡପତ୍ର ଆଦେଶକୁ ଖାରଜ କରିବାବେଳେ କୋର୍ଟ ଏହା ପର୍ଯ୍ୟବେକ୍ଷଣ କରିଥିଲା। ଏହି ଦମ୍ପତି ମେ ୧୯୯୯ ରେ ବିବାହ କରିଥିଲେ। ୨୦୦୩ ରେ, ସ୍ବାମୀ ସେମାନଙ୍କ ବିବାହ ବିଚ୍ଛେଦ ପାଇଁ ପରିବାର କୋର୍ଟରେ ପହଞ୍ଚିଥିଲେ।
ସେ ସ୍ତ୍ରୀଙ୍କୁ ମାସକୁ ଘରେ ଅତି କମରେ ପନ୍ଦର ଦିନ ରହିବା ଏବଂ ତାଙ୍କ ସହ ବାରମ୍ବାର ଝଗଡା କରୁଥିବା ଅଭିଯୋଗ କରିଥିଲେ। ସ୍ତ୍ରୀ ଗୁଣି ଗାରେଡି କରୁଥିବା ସନ୍ଦେହ ମଧ୍ୟ କରିଥିଲେ। ପାରିବାରିକ ଅଦାଲତ ସ୍ବାମୀଙ୍କ ବ୍ୟଭିଚାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ସ୍ତ୍ରୀଙ୍କନିଷ୍ଠୁରତା କାରଣରୁ ଛାଡପତ୍ରକୁ ଅନୁମତି ଦେଇଥିଲେ। ଛାଡପତ୍ରର ଏହି ନିଷ୍ପତ୍ତିକୁ ସ୍ତ୍ରୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଅନ୍ୟାନ୍ୟ କାରଣ ମଧ୍ୟରେ ସ୍ତ୍ରୀଙ୍କ ଓକିଲ ଯୁକ୍ତି କରିଥିଲେ ସ୍ବାମୀଙ୍କ ଶାରୀରିକ ଅବସ୍ଥାକୁ ଦୁର୍ବଳ କରିବା ପାଇଁ ଡ୍ରଗ୍ସ ଦିଆଯାଉଥିବା ଅଭିଯୋଗ କୌଣସି ରକ୍ତ ପରୀକ୍ଷା କିମ୍ବା ଫୋରେନସିକ ପ୍ରମାଣ ବିନା ପରିବାର କୋର୍ଟ ଗ୍ରହଣ କରିଛନ୍ତି। ଏହା ମଧ୍ୟ ଯୁକ୍ତି କରାଯାଇଥିଲା ଗୁଣି ଗାରେଡି କରିବାର କୌଣସି ପ୍ରମାଣ ନାହିଁ। ହାଇକୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଥିଲେ ସ୍ତ୍ରୀ ତାଙ୍କ ପିତାମାତାଙ୍କ ଘରେ ପନ୍ଦର ଦିନ ରହିବେ ବୋଲି ମନା କରିଦେଇଥିଲେ। ସ୍ବାମୀ ଅଭିଯୋଗ କରିଥିଲେ ସ୍ତ୍ରୀ ତିନି ମାସରେ ଥରେ ତାଙ୍କ ପିତାମାତାଙ୍କ ଘରକୁ ଯାଉଥିଲେ। କୋର୍ଟ କହିଥିଲେ ଜଣେ ବିବାହିତା ମହିଳା ତିନିମାସ ମଧ୍ୟରେ ଥରେ ତାଙ୍କ ମାତାପିତାଙ୍କ ଘରକୁ ଯାଇ ତାଙ୍କ ମାତାପିତା, ଭାଇଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ମଙ୍ଗଳ ବିଷୟରେ ପଚାରି ବୁଝିବା ସାଧାରଣ କଥା। ସମସ୍ତ ପରିବାରରେ ଏହା ଏକ ସାଧାରଣ ଅଭ୍ୟାସ।

ସ୍ବାମୀଙ୍କ ସମସ୍ତ ଅଭିଯୋଗ କେବଳ ସନ୍ଦେହ ତଥା ଅଭିଯୋଗ ବୋଲି କୋର୍ଟ କହିଛନ୍ତି। ସ୍ବାମୀଙ୍କ ପ୍ରତି ସ୍ତ୍ରୀ କ୍ରୁରତା ପ୍ରଦର୍ଶନ କରାଯାଇଥିବା ଆଚରଣର କୌଣସି ଯୁକ୍ତିଯୁକ୍ତ ଆଶଙ୍କା ନାହିଁ ଯେ ଉଭୟ ଏକାଠି ରହିବା କ୍ଷତିକାରକ ହେବ ବୋଲି କୋର୍ଟ କହିଛନ୍ତି। ଏଭଳି ଅଭିଯୋଗ ଛାଡପତ୍ରର କାରଣ ହୋଇ ପାରିବ ନାହିଁ। ଏହା ସହିତ ସ୍ବାମୀଙ୍କ ଆଚରଣ ନେଇ କୋର୍ଟ ଜରିମାନା ଲାଗୁ କରିଛନ୍ତି।

Share