ବାଲିଯାତ୍ରାରେ କାର୍ଯ୍ୟକ୍ରମ କରିବା ଗର୍ବର କଥା: ମଣ୍ଟୁ ଛୁରିଆ

କଟକ ଅଫିସ, ୧୭ା୧୧: ଦୁଇବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ଗହଳି ଜମୁଛି। ଏହି ଭିଡ ଭିତରେ ସଙ୍ଗୀତ ପରିବେଷଣ କରିବା ନିଆରା। ଦର୍ଶକଙ୍କ ସହଯୋଗ ଓ ପ୍ରଶଂସା ମୋତେ ଅଧିକ ଉତ୍ସାହିତ କରିଛି। ମୁଁ ଆଗରୁ ବାଲିଯାତ୍ରା ବୁଲିଛି। ଏବେ ମଞ୍ଚରେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ନଚାଇବା ନିଶ୍ଚିତ ଭାବେ ସ୍ମରଣୀୟ ହୋଇ ରହିବ। କଟକର ଦହିବରା ଆଳୁଦମ ପ୍ରସିଦ୍ଧ। କଟକ ଆସିଲେ ସମସ୍ତେ ଦହିବରା ଖାଇବାକୁ ପସନ୍ଦ କରିଥାନ୍ତି। କଟକ ଦର୍ଶକ ଓ ବାଲିଯାତ୍ରା ମାହୋଲ ନିଆରା। ବିଭିନ୍ନ ସ୍ଥାନରେ ଆମେ କାର୍ଯ୍ୟକ୍ରମ କରୁ, କିନ୍ତୁ ବାଲିଯାତ୍ରାରେ କାର୍ଯ୍ୟକ୍ରମ କରିବା ଗର୍ବର କଥା।

Share