୩ ବର୍ଷର ଝିଅକୁ ବାପା ବଳାତ୍କାର କରିଥିବା ଅଭିଯୋଗ

ଚିତ୍ରକୋଣ୍ଡା,୧୦ା୭(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଅଧିକାରୀ ସଞ୍ଜୟ ପେଡ଼ାସେଠୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗାଜୁଲୁମାମୁଡ଼ି ଗ୍ରାମ ପଞ୍ଚାୟତ ଆଲାମପକା ଗ୍ରାମର ଦିନେଶ ଠାକୁର ମଙ୍ଗଳବାର ରାତିରେ ନିଜ ୩ ବର୍ଷର ନାବାଳିକା ଝିଅକୁ ବଳାତ୍କାର କରିଥିବାର ପରିବାର ତଥା ଗାଁ ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ଯୋଡ଼ାମ୍ବ ପୋଲିସ ପହଞ୍ଚି ୩ ବର୍ଷର ଝିଅକୁ ଉଦ୍ଧାର କରିଛି। ଯୋଡ଼ାମ୍ବ ଥାନା କେସ୍‌ ନମ୍ବର ୦୮/୨୦୪ ଅନୁଯାୟୀ ଘଟଣାର ତଦନ୍ତ ଚାଲିଛି। ବାପା ଦୀନେଶ ଫେରାର ଥିବା ସୂଚନା ମିଳିଥିବା ବେଳେ ବର୍ଷର ଝିଅକୁ ଯୋଡ଼ାମ୍ବ ଥାନା ତରଫରୁ ଯୋଡ଼ାମ୍ବ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ପରେ ଝିଅର ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳିଛି।

Share