ଏଣିକି ସରକାରୀ କର୍ମଚାରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ମିଳିବନି ଦରମା

ଭୁବନେଶ୍ୱର,୨୮।୬: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ବା ଦୁର୍ଘଟଣା ରୋକିବାକୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି । ଅମାନିଆଙ୍କୁ ସାବାଡ କରିବାକୁ ଏଥିରେ ସଂସ୍କାର ମଧ୍ୟ ଆସିଛି । ଯେଉଁମାନେ ଟ୍ରାଫିକ ନିୟମ ଅବମାନନା କରୁଛନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ବି ଆଦାୟ ହେଉଛି । ତେବେ କିଛି ସ୍ଥାନରେ ଦେଖାଯାଉଛି ଅଧିକାଂଶ ସରକାରୀ କର୍ମଚାରୀ ଏହି ନିୟମରେ ଖିଲାପ କରୁଛନ୍ତି। ଏଥିପାଇଁ କଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଏଥର ନିୟମ ଖିଲାପ କଲେ ଜରିମାନା ଆକାରରେ ବନ୍ଦ ହୋଇପାରେ ଦରମା।

ଏହି ନିୟମ ଆରମ୍ଭ ଗଜପତି ଜିଲାରୁ ଆରମ୍ଭ ହୋଇଛି । ଏଠାରେ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ଏହାକୁ ନେଇ ସ୍ବତନ୍ତ୍ର ଭାବରେ ଚିଠି କରିଛନ୍ତି ଗଜପତି ବ୍ଲକ ଶିକ୍ଷା ଅଧିକାରୀ । ବ୍ଲକ ଶିକ୍ଷା ଅଧିକାରୀ ଯେଉଁ ଚିଠି କରିଛନ୍ତି, ସେଥିରେ ଲେଖା ଅଛି ଯେ, ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଜୀବନକୁ ସୁରକ୍ଷିତ ରଖିବାକୁ ହେଲେ ବାଇକ ଚଳାଇବାବେଳେ ହେଲମେଟ ପିନ୍ଧିବା ଜରୁରୀ । ଏଣିକି ଯେ କେହି ଶିକ୍ଷକ ବିନା ହେଲମେଟ ବାଇକ ଚଳାଉଥିବା ଦେଖିବାକୁ ମିଳିବ ସେମାନଙ୍କୁ ଦଣ୍ଡ ଆକାରରେ ସେମାନଙ୍କ ଦରମା କଟାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ

ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।...

ସରକାରଙ୍କୁ BJDର ଟାର୍ଗେଟ୍‌, ପ୍ରମିଳା କହିଲେ ଆନ୍ଦୋଳନ କରିବୁ

ଭୁବନେଶ଼୍ବର, ୦୬।୦୭: ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତିକୁ ନେଇ ବିଜୁ ଜନତା ଦଳର ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ...

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ...

ରାତିପାହିଲେ ଘୋଷଯାତ୍ରା; ତିନି ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ, ୫।୭(ଅଜିତ୍‌ କୁମାର ମହାନ୍ତି): ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ...

କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ…

ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ତେବେ ଶନିବାର...

ହାଇକୋର୍ଟଙ୍କ ଗୁରୁତ଼୍ବପୂର୍ଣ୍ଣ ରାୟ, ଏଥର ମିଳିବ ୬ମାସ ଛୁଟି

ଭୁବନେଶ଼୍ବର, ୦୬।୦୭: ସରୋଗେସିରେ ମାଆ ହେଉଥିବା ମହିଳା କର୍ମଚାରୀଙ୍କ ପାଇଁ ମାତୃକାଳୀନ ଛୁଟିକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟ...

ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ…

ଭୁବନେଶ୍ୱର,୬।୭: ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri