ଭାକ୍ସିନ୍‌ର ୨ ଡୋଜ୍‌ ସହିତ ବୁଷ୍ଟର ନେବା ମଧ୍ୟ ଆବଶ୍ୟକ…

ନୂଆଦିଲ୍ଲୀ,୨୫।୭: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ ଭାକ୍ସିନ୍‌ର ୨ଟି ଡୋଜ୍‌ ଦିଆଯାଉଛି। ଏପରିସ୍ଥଳେ ଏମ୍ସ୍‌ ମୁଖ୍ୟ ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, କରୋନା ଭୂତାଣୁର ନୂଆ ନୂଆ ଭାରିଆଣ୍ଟ ବିରୋଧରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ଲାଗି ୨ ଡୋଜ୍‌ ସହିତ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ରହିଛି। ନୂଆ ଭାରିଆଣ୍ଟ ସଂକ୍ରମଣ ଭାକ୍ସିନ୍‌ର ୨ ଡୋଜ୍‌ ନେଇଥିବା ଲୋକଙ୍କୁ ମଧ୍ୟ ହେଉଥିବାରୁ ଏଭଳି କରାଯିବା ଜରୁରୀ ବୋଲି ସେ କହିଛନ୍ତିି। ବୁଷ୍ଟର ଡୋଜ୍‌ର ଟ୍ରାଏଲ୍‌ ଆରମ୍ଭ ହୋଇ ସାରିଛି। ଖୁବ୍‌ ଶୀଘ୍ର ଏହାକୁ ଅନୁମତି ମିଳିବାର ସମ୍ଭାବନା ରହିଥିବା ସେ କହିଛନ୍ତି।

Share