ପ୍ରାୟ ସମସ୍ତେ ଦୀପାବଳିକୁ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ଦିନରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ ଘରେ ସୁଖ, ସମୃଦ୍ଧି, ଏବଂ ଶାନ୍ତି ଆସିଥାଏ। ତେବେ ପୂଜା ପରେ ଦୀପାବଳି ରାତିରେ କିଛି ଏପରି ଜୀବକୁ ଦେଖିବା ବର୍ଷସାରା ଶୁଭ ସହ ଧନ ବର୍ଷା ହୋଇଥାଏ ବୋଲି ବିବେଚନା କରାଯାଏ। ଜାଣନ୍ତୁ କ’ଣ ସେସବୁ।
ଝିଟିପିଟି
ଯଦିଓ ଅନେକ ଲୋକେ ଝିଟିପିଟିକୁ ଭୟ କରନ୍ତି, ମାତ୍ର ଦୀପାବଳି ଦିନ ପୂଜା କରିବା ପରେ ଘରର କୌଣସି କାନ୍ଥ, କୋଣ ଇତ୍ୟାଦିରେ ତାହାକୁ ଶୁଭ କୁହାଯାଏ। ବିଶ୍ୱାସ କରାଯାଏ ଯେ, ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି ।
ଗୋରୁ
ଗୋରୁକୁ ହିନ୍ଦୁ ଧର୍ମରେ ପୂଜା କରାଯାଏ । ମାତ୍ର ଦୀପାବଳି ଦିନ ଗାଈ ଦର୍ଶନ ଶୁଭ ହୋଇଥାଏ। କାରଣ ଏହିଦିନ ଗୋରୁ ଦେଖିଲେ ଆପଣ ବଡ଼ ସଙ୍କଟରୁ ମୁକ୍ତି ପାଇବେ । ଆହୁରି ମଧ୍ୟ, ବର୍ଷସାରା ଘରେ ଶାନ୍ତି ରହିଥାଏ।
ପେଚା
ପେଚାକୁ ଲକ୍ଷ୍ମୀଙ୍କ ବାହନ କୁହାଯାଏ। ରାତିରେ ପେଚା ଜାଗ୍ରତ ଥାନ୍ତି। ତେଣୁ ଦୀପାବଳି ରାତିରେ ପେଚା ଦେଖିବା ଶୁଭ ବୋଲି ବିବେଚନା କରାଯାଏ। ଏହା ସହ ସୁଖ ଓ ଧନ ବର୍ଷାର ସଙ୍କେତ ।
ବିଲେଇ
ଦୀପାବଳିରେ ଘରକୁ ବିଲେଇ ଆସିବା କିମ୍ବା ଦେଖିବା ମଧ୍ୟ ଏକ ଭଲ ଲକ୍ଷଣ । ଯଦି ପୂଜା ସମୟରେ ବିଲେଇ ଆସେ ତେବେ ଏହା ଘରକୁ ସୁଖ ଆଣିଥାଏ। ତେବେ ତାକୁ ଘଉଡାଇବାକୁ ଚିନ୍ତା କର ନାହିଁ। ଏପରି କଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି ।
ଚୁଚୁନ୍ଦ୍ରା
ଦୀପାବଳିରେ ଘରକୁ ଚୁଚୁନ୍ଦ୍ରା ଆସିଲେ ଏହା ବହୁତ ଭଲ ବୋଲି ବିବେଚନା କରାଯାଏ।