ଇସ୍ରାଏଲ ସେନାର ଆଖିବୁଜା ଆକ୍ରମଣ, ୩ହଜାର ୩ଶହ ଶିଶୁଙ୍କର ମୃତ୍ୟୁ ହୋଇଥିବା କରାଯାଉଛି ଦାବି

ଜେରୁଜେଲମ,୩୦।୧୦: ସୋମବାର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧର ୨୩ ତମ ଦିବସ। ଗୋଟିଏ ପଟେ ଇସ୍ରାଏଲ ସୈନ୍ୟବାହିନୀ ହମାସ ଉପରେ ଆକ୍ରମଣ କରୁଛନ୍ତି। ଅନ୍ୟପକ୍ଷରେ ଲେବାନାନର ଉଗ୍ରବାଦୀ ସଂଗଠନ ହିଜବୁଲ ବିରୋଧରେ ମଧ୍ୟ ଜୋରଦାର ଏୟାର ଷ୍ଟ୍ରାଇକ ଚାଲିଛି। ଗାଜାର ଜନସଂଖ୍ୟା ୨.୩ ନିୟୁତ। ରବିବାର ଏକ ଆକଳନ ପ୍ରକାଶ କରି ଏଠାରେ ଥିବା ଡାକ୍ତରୀ ଅଧିକାରୀ କହିଛନ୍ତି ଯେ ୩,୩୨୪ ନାବାଳକଙ୍କ ସମେତ ୮,୦୦୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପର ଉତ୍ତର ଭାଗରେ ପହଞ୍ଚିଛି। ଇସ୍ରାଏଲ ଦାବି କରିଛି ଯେ ହମାସ ଯୋଦ୍ଧାମାନେ ଲୁଚି ରହିଛନ୍ତି। ସୋମବାର ସକାଳେ ଉତ୍ତର ଗାଜାର ଦୁଇଟି ପ୍ରମୁଖ ଡାକ୍ତରଖାନା ନିକଟରେ ପାଲେଷ୍ଟାଇନୀୟମାନେ ଇସ୍ରାଏଲର ବାୟୁ ଏବଂ ସ୍ଥଳ ଆକ୍ରମଣର ସମ୍ମୁଖୀନ ହୋଇଥିଲେ।

ସୂଚନାଯୋଗ୍ୟ, ଇସ୍ରାଏଲ ସୈନ୍ୟବାହିନୀ ଟ୍ୟାଙ୍କ ସହିତ ଗାଜା ଷ୍ଟ୍ରିପ ଅଞ୍ଚଳରେ ଗ୍ରାଉଣ୍ଡ ଆକ୍ସନରେ ନିୟୋଜିତ ଅଛନ୍ତି। ଏଥି ସହିତ ପାଲେଷ୍ଟାଇନର ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ନିରନ୍ତର ଚିନ୍ତା ପ୍ରକଟ କରାଯାଉଛି। ପାଲେଷ୍ଟାଇନ ଗଣମାଧ୍ୟମ କହିଛି ଯେ ଗାଜା ସହରର ଶିଫା ଏବଂ ଅଲ-କୁଡ୍ସ ଡାକ୍ତରଖାନା ନିକଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକକୁ ଟାର୍ଗେଟ କରାଯାଇଛି। ଏଠାରେ ପାଲେଷ୍ଟାଇନ ଆତଙ୍କବାଦୀମାନେ ଇସ୍ରାଏଲ ବାହିନୀ ସହିତ ସଂଘର୍ଷ କରିଥିଲେ।

Share