ସ୍ପଷ୍ଟ ହେଲା ବାତ୍ୟା, ଓଡ଼ିଶାକୁ ସତର୍କ ରହିବା ନେଇ ଆଇଏମ୍‌ଡି ଡିଜି କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୧୦: ବଙ୍ଗୋପସାଗରରେ ବାତ୍ୟା ନେଇ ରବିବାର ସ୍ପଷ୍ଟ କରିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ।

ଆସନ୍ତା ୨୩ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୨୪ ଓ ୨୫ ତାରିଖରେ ଅଧିକ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷିବ। କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବ ଏପରିକି ଆଉ କିଛି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।

#Cyclone

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ( ଆଇଏମଡି) ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ଏହା ଲଘୁଚାପରେ ପରିଣତ ହୋଇ ୨୨ରେ ଅବପାତ ରୂପ ନେବ। ୨୩ରେ ଏହା ସମ୍ଭାବ୍ୟ ବାତ୍ୟାରେ ପରିଣତ ହେବ।

ପରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ। ତେବେ ଏହି ସମ୍ଭାବ୍ୟ ବାତ୍ୟାଟି କେଉଁଠି ସ୍ଥଳ ଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଲ୍‌ ପରିବହନ ଗାଡ଼ିରେ ଜିପିଏସ୍‌ ଲାଗୁ ପାଇଁ ଦାବି କଲେ ସୋଫିଆ

କଟକ,୨୦ା୧୦: ମାଲ୍‌ ପରିବହନକାରୀ ଗାଡ଼ିରେ ଜିପିଏସ୍‌ ଲାଗୁ କରିବାକୁ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦାବି କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ...

ବିନା କୋଚିଂରେ ଓଏଏସ୍‌ ପାାଇଲେ ସବ୍‌ନମଶ୍ରୀ: ଧରିତ୍ରୀକୁ ସାକ୍ଷାତକାର ଦେଇ କହିଲେ…

ଅମରପାଲି,୨୦।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ଚମ୍ପାମାଳ ଗ୍ରାମର ସବ୍‌ନମଶ୍ରୀ ମେହେର ଓଡ଼ିଶା ପ୍ରଶସନିକ ପରୀକ୍ଷା(ଓଏଏସ୍‌)ରେ  କୃତକାର୍ଯ୍ୟ ହୋଇଛନ୍ତି। ସେ ୪୪୯  ର଼୍ୟାଙ୍କରେ ରହିି ଏହି...

କୋରାପୁଟ ଜିଲା ପାଇଁ ଆଣିଲେ ଗୌରବ: ଓଏଏସ ପରୀକ୍ଷାରେ ୬ ଜଣଙ୍କୁ ସଫଳତା

କୋରାପୁଟ,୨୦।୧୦(ଅମିତାଭ ବେହେରା ): ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୋରାପୁଟ ଜିଲାର ୬ ଜଣ ଯୁବତୀ ଓ...

କୁନି ପୁଅକୁ ରେଳ ଧାରଣାରେ ବାନ୍ଧି ଘରଲୋକଙ୍କୁ ଫଟୋ ପଠାଇଲେ ବାପା, ତା’ ପରେ…

ବଲାଙ୍ଗୀର,୨୦।୧୦: ପାରିବାରିକ ବିବାଦରୁ ସ୍ବାମୀଙ୍କ ଅଜବ କାଣ୍ଡ। ନିଜର ଛୋଟ ପୁଅକୁ ରେଳଧାରଣାରେ ବାନ୍ଧି ମାରିବାକୁ ଉଦ୍ୟମ କରିଥିଲେ। ପରିବାରଲୋକେ ବଲାଙ୍ଗୀର ପୋଲିସକୁ ଖବର ଦେବା...

ଫାର୍ମହାଉସ୍‌ରେ ପଶି କଦଳୀ-ନଡ଼ିଆ ଗଛ ଭାଙ୍ଗିଲେ ହାତୀପଲ, ଖାଇଗଲେ ପଇଡ଼

ପାଟଣା,୨୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ରେଞ୍ଜରେ ୨୯ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଶୁକ୍ରବାର ରାତିରେ ରାସପଶି ଗାଁରେ ୨ଟି ଘର...

ଯେଉଁଠି ହାରିଥିଲେ ଶ୍ୱଶୁର, ସେଇଠି ପ୍ରାର୍ଥୀ ହେଲେ ବୋହୂ

ଭୁବନେଶ୍ୱର/ରାଞ୍ଚି,୨୦।୧୦: ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ନିର୍ବାଚନୀ ଯୁଦ୍ଧରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ,...

ପାଣିପାଗ ବିଭାଗର ଆଲର୍ଟ, ୨୪ ଘଣ୍ଟାରେ…

ଭୁବନେଶ୍ୱର,୨୦।୧୦: ଅଧିକ ଘନୀଭୂତ ହେଉଛି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ବର୍ତ୍ତମାନ ତାହା ଆଣ୍ଡାମାନ ସାଗର ଓ ଆଖପାଖରେ ସକ୍ରିୟ ହୋଇଛି। ଏହା...

ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ପୋଡ଼ିହୋଇଗଲେ ସ୍ବାମୀ

ବାଲେଶ୍ୱର,୨୦ା୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହ ଉଗ୍ରରୂପ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri