ବୋମା ବର୍ଷା ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଘରକୁ ଫେରାଇ ଆଣିବା କଷ୍ଟକର…

ବେଜିଂ,୧।୩ : ୟୁକ୍ରେନ୍‌ରେ ଚାଇନାର ୬ ହଜାରରୁ ଅଧିକ ଛାତ୍ରୀଛାତ୍ର ଅଟକି ରହିଛନ୍ତି। ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବା ନେଇ ଚାଇନାରେ ବିବାଦ ଆରମ୍ଭ ହୋଇଛି। ଚାଇନା ଅଧିକାରୀ କହିଛନ୍ତି ଯେ, ବୋମା, ମିଜାଇଲ୍‌ ବର୍ଷା ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ପୂର୍ବ ୟୁକ୍ରେନ୍‌ରେ ରହିଥିବା ଚାଇନା ଛାତ୍ରୀଛାତ୍ରଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାର ସୀରକାରୀ ଖବର କାଗଜ ଗ୍ଳୋବାଲ ଟାଇମ୍ସ୍‌କୁ ଏକ ସାକ୍ଷାତ୍‌କାର ଦେଇ ଚାଇନାର କେତେକ ଅଧିକାରୀ କହିଛନ୍ତି ଯେ, ଛାତ୍ରୀଛାତ୍ରମାନଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା ଲାଗି ବିକଳ୍ପ ଯୋଜେନା ଉପରେ ମଧ୍ୟ ଆଲୋଚନା କରାଯାଉଛି।

ତେବେ ଚାଇନା ସରକାର କହିଛନ୍ତି ଯେ, ଘର ବାହୁଡ଼ିବାର ନିଶ୍ଚିତ ସୁରକ୍ଷା ଗ୍ୟାରେର୍ଟି ପ୍ରଦାନ କରାଯାଇ ପାରିବ ନାହିଁ। ଉଡ଼ାଣ ମାର୍ଗରେ କଡ଼ା ପ୍ରତିବନ୍ଧକ ଲାଗୁ ହୋଇଥିବାରୁ ସୁରକ୍ଷିତ ଭାବେ ଛାତ୍ରୀଛାତ୍ରମାନଙ୍କର ସ୍ବଦେଶ ପ୍ରତ୍ୟାବର୍ତ୍ତନ ବିପଦପୂର୍ଣ୍ଣ ବୋଲି ଚାଇନା ସରକାର କହିଛନ୍ତି।

Share