Posted inଜାତୀୟ

ଏ ବୁଢାକୁ ରୋକିବା କଷ୍ଟକର: କାହିଁକି ଏମିତି କହିଲେ ଶରଦ ପାଓ୍ବାର

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବାକୁ ଯାଉଛି। ଏହି ନିର୍ବାଚନରେ ମହାୟୁତି ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମହାବିକାଶ ଅଗାଡି(ଏମ୍‌ଭିଏ) ପ୍ରସ୍ତୁତ ହେଉଛି। ବିଶେଷକରି ରାଜ୍ୟର ଅଭିଜ୍ଞ ନେତାମାନେ ଆଗକୁ ଆସି ନିଜ ଦଳର ଦାୟିତ୍ୱ ନେଇଛନ୍ତି। ଏସବୁ ଭିତରେ ଏନସିପି ନେତା ଶରଦ ପାୱାର ନିଜ ବୟସ ଏବଂ ରାଜନୀତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ପାୱାର କହିଛନ୍ତି, ସେ ୮୪ କିମ୍ବା ୯୦ ବର୍ଷ ବୟସ ହୋଇଗଲେ ମଧ୍ୟ ସେ ମହାରାଷ୍ଟ୍ରକୁ ସଠିକ ରାସ୍ତାରେ ନ ଆସିବା ପର୍ଯ୍ୟନ୍ତ ଅଟକିବେ ନାହିଁ।

ଶରଦ ପାୱାର ଏକ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ, କିଛି ଯୁବକ ତାଙ୍କ ସାମ୍ନାରେ ଏକ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏଥିରେ ପାୱାରଙ୍କ ବୟସକୁ ନେଇ ମଜାକ ଉଡାଇଥିଲେ। ଏଥିରେ ଲେଖା ହୋଇଥିଲା -୮୪ ବର୍ଷ ପୁରୁଣା। ବୃଦ୍ଧାବସ୍ଥାକୁ ନେଇ ଏହି ପରିହାସ ଉପରେ ଶରଦ ପାୱାର ଏହା କହିଛନ୍ତି।

ସେହି ପୋଷ୍ଟର ବିଷୟରେ ଶରଦ ପାୱାର କହିଛନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ। ଆମକୁ ଯିବାକୁ ବହୁତ ଦୂର ବାଟ ଅଛି। ଏହି ବୃଢା ଅଟକି ଯିବ ନାହିଁ। ମୋତେ ୮୪ କିମ୍ବା ୯୦ ବର୍ଷ। ହେଉ ମହାରାଷ୍ଟ୍ରକୁ ଠିକ ରାସ୍ତାରେ ନ ଆସିବା ପର୍ଯ୍ୟନ୍ତ ଏହି ବୁଢା ଅଟକିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୧୫।୧୦: ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀର ଅନୁଷ୍ଠିତ ହେଉଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି। ଏଠାରେ ସେ...

ଘୋଷଣା ହେଲା ଓ୍ବାୟନାଡ ଉପ-ନିର୍ବାଚନ, କଂଗ୍ରେସରୁ ଲଢିବେ…

ଓ୍ବାୟନାଡ,୧୫।୧୦: ଭାରତୀୟ ନିର୍ବାଚନ କମିଶନର ଆଜି ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥିସହ କେରଳର ୱାୟନାଡ ଲୋକ ସଭାର...

ଭାଜପାକୁ ମେଣ୍ଟ ଟେନଶନ, ଫାଇନାଲ ହୋଇପାରୁନି ସିଟ ଶେୟାରିଂ, ନୀତିଶ କଲେଣି ବଡ଼ ପ୍ଲାନ

ନୂଆଦିଲ୍ଲୀ,୧୫।୧୦: ହରିୟାଣା, ଜମ୍ମୁ କଶ୍ମୀର ନିର୍ବାଚନ ପରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ନିର୍ବାଚନ ନେଇ ବିଗୁଲ୍‌ ବାଜି ସାରିଛି। ନିର୍ବାଚନ ଘୋଷଣା ହେବା ସହ ରାଜନୈତିକ...

୯ଟି ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୧୫।୧୦: ଉତ୍ତରପ୍ରଦେଶରେ ୯ଟି ଆସନ ପାଇଁ ଉପ-ନିର୍ବାଚନ ଘୋଷଣା କରାଯାଇଛି। ତେବେ ରାଜ୍ୟରେ ୧୦ ସ୍ଥାନରେ ଉପ-ନିର୍ବାଚନ ହେବାର ଥିଲା। ମାତ୍ର ବର୍ତ୍ତମାନ ୯ଟି ଆସନ...

ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୫।୧୦: ନିକଟରେ ଦୁର୍ଗାପୂଜା ସରିଥିବା ବେଳେ ଆଉ ଦୁଇଟି ସପ୍ତାହ ପରେ ଦୀପାବଳି ପର୍ବ ପାଳନ ହେବ। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ...

ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ।...

ମହାରାଷ୍ଟ୍ର-ଝାଡଖଣ୍ଡ ନିର୍ବାଚନ ପାଇଁ ତାରିଖ ଘୋଷଣା: ଜାଣନ୍ତୁ କେଉଁଦିନ ହେବ…

ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ଭାରତର ନିର୍ବାଚନ ଆୟୋଗ ରାଜୀବ କୁମାର ଏହି ୨ ରାଜ୍ୟ ନିର୍ବାଚନ...

ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକ୍‌ରେଙ୍କୁ ନେଇ ବଡ଼ କଥା କହିଦେଲେ ଏକନାଥ ଶିନ୍ଦେ

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଦାବି କରିଛନ୍ତି, ଉଦ୍ଧବ ବର୍ତ୍ତମାନ ବିରୋଧୀଦଳର ନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri