Categories: ଜାତୀୟ

ଏ ବୁଢାକୁ ରୋକିବା କଷ୍ଟକର: କାହିଁକି ଏମିତି କହିଲେ ଶରଦ ପାଓ୍ବାର

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବାକୁ ଯାଉଛି। ଏହି ନିର୍ବାଚନରେ ମହାୟୁତି ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମହାବିକାଶ ଅଗାଡି(ଏମ୍‌ଭିଏ) ପ୍ରସ୍ତୁତ ହେଉଛି। ବିଶେଷକରି ରାଜ୍ୟର ଅଭିଜ୍ଞ ନେତାମାନେ ଆଗକୁ ଆସି ନିଜ ଦଳର ଦାୟିତ୍ୱ ନେଇଛନ୍ତି। ଏସବୁ ଭିତରେ ଏନସିପି ନେତା ଶରଦ ପାୱାର ନିଜ ବୟସ ଏବଂ ରାଜନୀତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ପାୱାର କହିଛନ୍ତି, ସେ ୮୪ କିମ୍ବା ୯୦ ବର୍ଷ ବୟସ ହୋଇଗଲେ ମଧ୍ୟ ସେ ମହାରାଷ୍ଟ୍ରକୁ ସଠିକ ରାସ୍ତାରେ ନ ଆସିବା ପର୍ଯ୍ୟନ୍ତ ଅଟକିବେ ନାହିଁ।

ଶରଦ ପାୱାର ଏକ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ, କିଛି ଯୁବକ ତାଙ୍କ ସାମ୍ନାରେ ଏକ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏଥିରେ ପାୱାରଙ୍କ ବୟସକୁ ନେଇ ମଜାକ ଉଡାଇଥିଲେ। ଏଥିରେ ଲେଖା ହୋଇଥିଲା -୮୪ ବର୍ଷ ପୁରୁଣା। ବୃଦ୍ଧାବସ୍ଥାକୁ ନେଇ ଏହି ପରିହାସ ଉପରେ ଶରଦ ପାୱାର ଏହା କହିଛନ୍ତି।

ସେହି ପୋଷ୍ଟର ବିଷୟରେ ଶରଦ ପାୱାର କହିଛନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ। ଆମକୁ ଯିବାକୁ ବହୁତ ଦୂର ବାଟ ଅଛି। ଏହି ବୃଢା ଅଟକି ଯିବ ନାହିଁ। ମୋତେ ୮୪ କିମ୍ବା ୯୦ ବର୍ଷ। ହେଉ ମହାରାଷ୍ଟ୍ରକୁ ଠିକ ରାସ୍ତାରେ ନ ଆସିବା ପର୍ଯ୍ୟନ୍ତ ଏହି ବୁଢା ଅଟକିବ ନାହିଁ।

Share