Categories: ଜାତୀୟ

ଛୋଟ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିବା ମନା

ପାଲନପୁର,୨୩।୩: ଭାରତୀୟ ପରମ୍ପରା ଅନୁସାରେ ମନ୍ଦିରକୁ ଯିବା ସମୟରେ ଶାଢ଼ି, ଧୋତି, କୁର୍ତା ଆଦି ପିନ୍ଧାଯାଇଥାଏ। ତେବେ ସମୟ ବଦଳିବା ସହିତ ଲୋକଙ୍କ ରୁଚିରେ ପରିବର୍ତ୍ତନ ଆସିଛି। ଲୋକେ ନିଜ ପସନ୍ଦର ଛୋଟ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରୁଛନ୍ତି। ତେବେ ଗୁଜରାଟ ପାଲନପୁର ଅଞ୍ଚଳର ବନାସକାଣ୍ଠା ଜିଲାରେ ଥିବା ମାତା ଆମ୍ବାଜୀଙ୍କ ମନ୍ଦିରରେ ଏଣିକି ଛୋଟ ପୋଷାକ ପିନ୍ଧି ପ୍ରବେଶ କରି ହେବ ନାହିଁ। ଏନେଇ ମନ୍ଦିର ଟ୍ରଷ୍ଟ୍‌ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମାତା ଅମ୍ବାଜୀ ମନ୍ଦିର ଏକ ଶକ୍ତିସ୍ଥଳ ଏଠାରେ ପରମ୍ପରା ଅନୁସାରେ ପୋଷାକ ପିନ୍ଧି ଆସି ନ ଥିବା ଶ୍ରଦ୍ଧାଳୁଙ୍କ୍‌ୁ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଏସମ୍ପର୍କରେ ଉଲ୍ଲେଖ ଥିବା ବୋର୍ଡ ମନ୍ଦିର ବାହାରେ ଲଗାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Share