Categories: ଫୁରସତ

ଶିଶୁ ଜନ୍ମ ହେବା ପରେ ଛୁଇଁବା ମନା

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ ସମ୍ପ୍ରଦାୟରେ, ଶିଶୁ ଜନ୍ମ ହେବା ସମୟରେ ବିଭିନ୍ନ ପ୍ରକାର ରୀତିନୀତି କରାଯାଏ।  ଜାଣି ଆଶ୍ଚର୍ଯ୍ୟ ହେବେ, ଏପରି କିଛି ପରମ୍ପରା ପାଳନ କରୁଥିବା ଲୋକମାନେ ମଧ୍ୟ ବିକଶିତ ଦେଶରେ ଅଛନ୍ତି। ବିଶ୍ୱାସ ରହିଛି ଏହି ରୀତିନୀତି ଦ୍ୱାରା ପିଲାଟି ଅନ୍ୟ ବିଶ୍ୱ ସହିତ ଯୋଗାଯୋଗରେ ରହିଥାଏ।

ଇଣ୍ଡୋନେସିଆର ବାଲି ଦ୍ୱୀପରେ ଯେତେବେଳେ ଶିଶୁଟି ଜନ୍ମ ହୁଏ ସେତେବେଳେ ଏକ ଅଦ୍ଭୁତ ନିୟମ ପାଳନ କରାଯାଏ। ଶିଶୁ ଜନ୍ମର ୩ ମାସ ପର୍ଯ୍ୟନ୍ତ ତାହାକୁ ଭୂମି ଛୁଇଁବାକୁ ଦିଆଯାଇ ନ ଥାଏ। ସେଥିପାଇଁ ସର୍ବଦା ତାହା ଉପରେ ଦୃଷ୍ଟି ରଖାଯାଏ, ଯେପରି କୌଣସି ପ୍ରକାରେ ସେ ଭୂମି ସହିତ ସଂସ୍ପର୍ଶରେ ନ ଆସେ। ଏପରି ପରିସ୍ଥିତିରେ, ମା’ ପିଲାଟିକୁ ସବୁବେଳେ କୋଳରେ କିମ୍ବା ଶଯ୍ୟାରେ ଧରି ରଖିଥାଏ। ଏପରି କଲେ ଶିଶୁ ଅନ୍ୟ ବିଶ୍ୱ ସହିତ ଯୋଗାଯୋଗରେ ରହିଥାଏ ବୋଲି ବିଶ୍ୱାସ ରହିଛି।

Share