କରୋନା ଲଢ଼େଇରେ ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ସଂକ୍ରମଣ ଏବେ ବି ଜାରି ରହିଛି। ତେଣୁ ମାର୍ଗଦର୍ଶିକା ପାଳନ ସହିତ ଔଷଧ ସେବନ କରିବା ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର କହିଛନ୍ତି। କରୋନା ବିରୋଧରେ ଲଢ଼େଇ ସମୟରେ ଏହି ମନ୍ତ୍ର ମନେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଉତ୍ସବ ପାଳନ ସମୟରେ କରୋନା ପ୍ରତି ହେୟ ମନୋଭାବ ନ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କରୋନା ଲଢ଼େଇରେ କିଭଳି ସାରା ଦେଶ ଏକଜୁଟ ହୋଇ ତାଳି ଏବଂ ଥାଳି ଅଭିଯାନରେ ସାମିଲ୍‌ ହୋଇଥିଲେ ସେ ନେଇ ମୋଦି ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି। ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ସହିତ ଦୋବାସୀ ଲଗାତାର ଯୋଡ଼ି ହୋଇ ରହିବା ଏକ ଆନନ୍ଦର ବିଷୟ ବୋଲି ସେ କହିଛନ୍ତି। ଦେଶରେ ପ୍ରଗତୀ ଧାରା ଜାରି ରହିଛି। ଫାର୍ମ ସେକ୍ଟରରେ ନୂଆ ନୂଆ ନିଯୁକ୍ତି ସୁଯୋଗ ଯୁବବର୍ଗଙ୍କ ରୋଜଗାରକୁ ପ୍ରଶସ୍ତ କରି ପାରୁଥିବା ମୋଦି କହିଛନ୍ତି।

Share