
ଥୁଆମୂଳ ରାମପୁର,୧୫।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଥୁଆମୂଳ ରାମପୁର ସଦର ମହକୁମା ଠାରେ ଦଳିତ ସଚେତନ ସଂଗଠନ ଥୁଆ ମୂଳ ରାମପୁର ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ବିଶ୍ବରତ୍ନ ଡଃ ବାବା ସାହେବ ଭୀମ ରାଓ ଆମ୍ବେଡକରଙ୍କ ୧୩୪ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଥୁଆମୂଳ ରାମପୁର ସଦମହକୁମା ସମେତ ବଡ଼ଛତ୍ରଙ୍ଗ, ବିରିକୋଟ, ବଳଙ୍ଗି, ଡାକକୋଟା, ପୋଖର, କାଠକୁରା, ପୋଇଗୁଡ଼ା, ଦେରଗୁଡ଼ା, ଟିକ୍ରାଗୁଡ଼ା ଏବଂ କୋଷାବରା ଗ୍ରାମର ଅନେକ ସହ ସହ ବାବା ଭୀମ ରାଓ ପ୍ରେମୀ ତଥା ଜନସାଧାରଣ ଉପସ୍ଥିତ ରହି ଆୟୋଜିତ ସମାରୋହରେ ଯୋଗଦେଇ ଦେଶ ପାଇଁ ଆମ୍ବେଡକରଙ୍କ ଅତୁଳନୀୟ ଅବଦାନକୁ ମନେପକାଇ ଆମ୍ବେଡକରଙ୍କ ଭୂମିକା ସଂପର୍କରେ ଅବତାରଣା କରି ତାଙ୍କରି ଆଦର୍ଶକୁ ଉଜ୍ଜିବୀତ ରଖିବା ନିମନ୍ତେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଲୋଚନା କରିଥିଲେ l
ପ୍ରାରମ୍ଭରେ ବାବା ଖଣ୍ଡୁ ଆଳ ଖେଳ ପଡିଆ ଠାରୁ ଏକ ବିଶାଳ ବାଇକ ରାଲି ବାହାରି ଥୁଆମୂଳ ରାମପୁର ସ୍ଥିତ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ଆମ୍ବେଡକରଙ୍କ ପ୍ରତିମୁର୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସମତେ କେଣ୍ଡେଲ ଜାଳି ବାବାସାହେବ ଙ୍କୁ ସ୍ମରଣ କରିଥିଲେ। ପରେ ବ୍ଲକର ବିଭିନ୍ନ ଅଞ୍ଚଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ଭ୍ରମଣ କରି ସେଶରେ ଏକ ସାଧାରଣ ବୈଠକ ରେ ସମସ୍ତେ ଯୋଗଦେଇ ଆଗାମୀ ଦିନରେ କେମିତି ବାବା ଭୀମ ରାଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ପ୍ରଚାର ପ୍ରସାର କରି କେମିତି ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ ସେନେଇ ସମସ୍ତେ ଆଲୋଚନା କରିଥିଲେ l