Categories: ମେଟ୍ରୋ

ଦେଶର ଅଭିବୃଦ୍ଧି ପାଇଁ ଅଧିକ କର ସଂଗ୍ରହକୁ ଗୁରୁତ୍ୱ

କଟକ ଅଫିସ,୧୮।୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ କଟକର ଆୟକର ବିଭାଗ କାର୍ଯ୍ୟାଳୟ ପରିସରରେ ବିଭାଗ ପକ୍ଷରୁ ଶୁକ୍ରବାର ଆଜାଦି କା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ଭର୍ତ୍ତୃହରି ମହତାବ ଯୋଗଦେଇ ଦେଶର ଅଭିବୃଦ୍ଧି ନିମନ୍ତେ ଅଧିକରୁ ଅଧିକ କର ସଂଗ୍ରହ କରିବା ପାଇଁ କହିଥିଲେ। ମୁଖ୍ୟ ବକ୍ତା ଭାବେ ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ବିମଳ ପ୍ରସାଦ ନନ୍ଦ ଯୋଗଦେଇଥିଲେ। ଏହି ଅବସରରେ ଡିଏମ୍‌ଇଟି ସିବିକେ ମହାନ୍ତି, ସ୍ତ୍ରୀ ଓ ପ୍ରସୂତି ବିଭାଗର ପୂର୍ବତନ ପ୍ରଫେସର ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଆୟକର ଆୟୁକ୍ତ ଅଭୟ ଚରଣ ନାଏକ, ଆଡ୍‌ଭୋକେଟ ବାସୁଦେବ ପଣ୍ଡା, ରେଭେନ୍‌ଶା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ସଦ୍‌ଗୁରୁ ହସ୍ପିଟାଲର ଏମ୍‌ଡି ଡା. ପ୍ରଦୀପ କୁମାର ମହାନ୍ତି, ପ୍ରମୋଦ ଜେଠୀ, ପ୍ରଦୀପ କୁମାର ପଟ୍ଟନାୟକ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜକିଶୋର ଦାସ, ବିଶ୍ୱଜ୍ୟୋତି ପଟ୍ଟନାୟକ, ଇଷ୍ଟର୍ନ ଇଣ୍ଡିଆ କନଷ୍ଟ୍ରକ୍ସନ ପ୍ରା. ଲିମିଟେଡ଼ର ଏମ୍‌ଡି ଇଂ. ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଆୟକର ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଜଗବନ୍ଧୁ ସାହୁ ଓ ସେକ୍‌ ଅବ୍‌ଦୁଲ ନାସିରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟକର ନିରୀକ୍ଷକ ଶିବପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୁଗ୍ମ ଆୟକର ଆୟୁକ୍ତ ଡ. ଉମାକାନ୍ତ ଧ୍ରୁପତି, ଅତିରିକ୍ତ ଆୟକର ଆୟୁକ୍ତ ଜିତେନ୍ଦ୍ର ଲେଙ୍କା, ଅରୁଣ କୁମାର ମହାନ୍ତି, ଆୟକର ଅଧିକାରୀ କ୍ଷିତୀଶ କୁମାର ମହାନ୍ତି, ପ୍ରମୋଦ କୁମାର ସାହୁ, ଏମ୍‌ଡି ନାଜାରୁଲ୍‌ ଇସ୍‌ଲାମ ଓ ଗୌତମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଆୟକର ଅଧିକାରୀ ରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

Share