ଘରେ ଘରେ ଟିକା ନ ପହଞ୍ଚିଲେ କରୋନା ସହ ଲଢ଼ିବା ଅସମ୍ଭବ…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଉଦ୍ୟମ କରାଯାଉଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ଦେଶର ଘରେ ଘରେ କରୋନା ପ୍ରତିଷେଧକ ଟିକା ନ ପହଞ୍ଚିବା ଯାଏଁ କରୋନା ସହିତ ଲଢ଼ିବା ଏକ ପ୍ରକାର ଅସମ୍ଭବ। କେନ୍ଦ୍ର ସରକାର କୌଣସି ସକରାତ୍ମକ ଚିନ୍ତାଧାରା ବିନା ଲୋକଙ୍କୁ ଠକିବା ଜାରି ରଖିଛନ୍ତି। ଏହା ଅତ୍ୟନ୍ତ ଦୁଃଖର କଥା ବୋଲି ଦୁହେଁ ଟୁଇଟ୍‌ କରି ପ୍ରକାଶ କରିଛନ୍ତି। ଲୋକେ ହସ୍ପିଟାଲ, ଅକ୍ସିଜେନ୍‌ ଏବଂ ଔଷଧର ଅଭାବ ଯୋଗୁ ସମସ୍ୟାରେ ପଡୁଛନ୍ତି। ଟିକାର ଅଭାବ ଯୋଗୁ ସାର୍ବଜନୀକ ଟିକାକରଣ ଅଭିଯାନର ଗତି ଧିମା ପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି।

Share