ଜୀବନରେ ବହୁ ଚେଷ୍ଟା ସତ୍ତ୍ୱେ ଏହା ମିଳିବା ଅସମ୍ଭବ

ଆଚାର୍ଯ୍ୟ ଚାଣକ୍ୟ, ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସହିତ ଜଡ଼ିତ ସମସ୍ତ ଦିଗକୁ ଗଭୀର ଭାବରେ ଆଲୋକପାତ କରିଛନ୍ତି। ତାଙ୍କ ନୀତିରେ ସେ ବ୍ୟକ୍ତିଙ୍କ ସହ ଜଡ଼ିତ ଏକ କଥା ଉଲ୍ଲେଖ କରିଛନ୍ତି, ଯାହା ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ ହାସଲ ହୋଇପାରିବ ନାହିଁ।

ସେ କହିଛନ୍ତି ବୁଦ୍ଧି ଏପରି ଏକ ଜିନିଷ, ଯାହା ଟଙ୍କା ଦେଇ କିଣାଯାଇପାରିବ ନାହିଁ। ଜଣେ ବ୍ୟକ୍ତି ନିଜର ବୁଦ୍ଧି ଏବଂ ଜ୍ଞାନ ମାଧ୍ୟମରେ ଟଙ୍କା ରୋଜଗାର କରିପାରେ ମାତ୍ର ବୁଦ୍ଧିକୁ ଟଙ୍କା ଦ୍ୱାରା କିଣାଯାଇ ପାରିବ ନାହିଁ।

ଯେ କୌଣସି ବ୍ୟକ୍ତି ନିଜର ବୁଦ୍ଧକିୁ ସଠିକ୍‌ ଭାବରେ ବ୍ୟବହାର କରି ଏକ ସଫଳ ଜୀବନ ବିତାଇ ପାରିବ। ଜ୍ଞାନ ଧନୀ ବ୍ୟକ୍ତିଙ୍କ ହାତରେ ସଫଳତା ନିଶ୍ଚିତ ମନେହୁଏ ବୁଦ୍ଧି ଏବଂ ବିଚକ୍ଷଣତା ହେତୁ ଜଣେ ମଧ୍ୟ ସମାଜରେ ସମ୍ମାନ ପାଇଥାଏ।

ତାଙ୍କ ଅନୁଯାୟୀ, ଯଦି ଜଣେ ଜ୍ଞାନୀ ବ୍ୟକ୍ତିଙ୍କର ଅର୍ଥ ଅଭାବ ଥାଏ, ତେବେ ସେ ନିଜ ବୁଦ୍ଧିର ଶକ୍ତିରେ ଧନ ଅର୍ଜନ କରିଥାନ୍ତି। କିନ୍ତୁ ବୁଦ୍ଧି କିଣିବା ଅସମ୍ଭବ।