Categories: ଜାତୀୟ

ମଶା କାମୁଡିଲେ ୩ ମିଲିମିଟର କ୍ଷତ ହେବା ଅସମ୍ଭବ, ୨୩ ମାସର ଶିଶୁକନ୍ୟାଙ୍କ ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କଲେ କୋର୍ଟ…

ମୁମ୍ବାଇ,୬।୧୧ : ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟକ୍ତିଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରି କହିଛନ୍ତି ମଶା କାମୁଡ଼ିବା ଦ୍ୱାରା ୩ ମିଲିମିଟର କ୍ଷତ ସୃଷ୍ଟି ହୋଇପାରିବ ନାହିଁ। ୨୧ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୨୩ ମାସର ଭାଣିଜୀକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ବ୍ୟକ୍ତି ଜଣଙ୍କ ବିରୋଓରେ ୨୦୨୧ ମସିହାରେ ଏହି ଅଭିଯୋଗ ହୋଇଥିଲା। କୋର୍ଟ କହିଛନ୍ତି ମଶା କାମୁଡ଼ିବା ଦ୍ୱାରା ୨୩ ମାସର ଶିଶୁକନ୍ୟାଙ୍କର ଗୁପ୍ତାଙ୍ଗରେ ତିନି ମିଲିମିଟର କ୍ଷତ ହେବା ଅସମ୍ଭବ। ମେଡିକେୟାର ରିପୋର୍ଟରେ ମଧ୍ୟ ଯୌନ ଉତ୍ପୀଡ଼ନର ଲକ୍ଷଣ ଦେଖାଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ ମୁମ୍ବାଇର ଏକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ପ୍ରତିରକ୍ଷାରେ ଅଭିଯୁକ୍ତ କୋର୍ଟଙ୍କୁ କହିଛନ୍ତି ମଶା କାମୁଡ଼ିବା କାରଣରୁ ପୀଡିତା ତାଙ୍କ ଗୁପ୍ତାଙ୍ଗକୁ ନଖରେ ଖଣ୍ଡିଆ କରିଥିଲେ ଯେଉଁଥିପାଇଁ ସେଠାରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ମାମଲାରେ ଏକ ଏଫଆଇଆର୍‌ ୩ ନଭେମ୍ବର ୨୦୧୯ରେ ପଞ୍ଜୀକୃତ ହୋଇଥିଲା, ଯେତେବେଳେ ଶିଶୁକନ୍ୟାର ମା’ କ୍ଷତ ଯୋଗୁ ପିଲାଟି କାନ୍ଦୁଥିବାର ଦେଖିଥିଲେ। ଶିଶୁକନ୍ୟାଙ୍କର ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ରହିଥିଲା । ଅଭିଯୁକ୍ତ ତାଙ୍କ ପରିବାର ସହିତ ରହୁଥିଲେ।

ସ୍ବତନ୍ତ୍ର ଜଜ ଆର.କେ କ୍ଷୀରସାଗର କହିଛନ୍ତି ପୀଡିତାଙ୍କୁ ୨୩ ମାସ ହୋଇଥିବା ଜଣାପଡିଛି ଏବଂ ପୀଡିତା ନିଜେ ନଖରେ ଖଣ୍ଡିଆ କରି ୩ ମିଲିମିଟର କ୍ଷତ ସୃଷ୍ଟି କରିବା ସମ୍ଭବ ନୁହେଁ। ଏହା ବ୍ୟତୀତ ସେପରି କିଛି ହୋଇ ନାହିଁ। ଡାକ୍ତରୀ ଅଧିକାରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ସେପରି କୌଣସି ତଥ୍ୟ ଦିଆଯାଇ ନାହିଁ।

 

Share