Categories: ଜାତୀୟ

ନିର୍ବାଚନରେ ଉପହାର ପ୍ରଦାନ ବନ୍ଦ କରିବା ଅସମ୍ଭବ ବୋଲି କହିଲା ଏଏପି…

ନୂଆଦିଲ୍ଲୀ, ୧୬।୮ : ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ବ୍ୟବସ୍ଥାକୁ ବନ୍ଦ କରିବା ଅସମ୍ଭବ। ଏହା ଜଙ୍ଗଲୀ ହଂସର ପିଛା କରିବା ଭଳି ବୋଲି ଆମ୍‌ ଆଦମୀ ପାର୍ଟି(ଏଏପି) ପକ୍ଷରୁ କୁହାଯାଇଛି। ଏନେଇ ଏକ ବିଶେଷଜ୍ଞ କମିଟି ଗଠନ ଲାଗି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରସ୍ତାବକୁ ଏଏପି ବିରୋଧ କରିଛି।

ନିର୍ବାଚନ ଭାଷଣକୁ ଟାର୍ଗେଟ କରିବା କଷ୍ଟକର ବ୍ୟାପାର ବୋଲି ଏଏପି କହିଛି। ଏହା ଅଭିବ୍ୟକ୍ତିର ଅଧିକାର ଉପରେ ଲଗାମ ଲଗାଇବା ଭଳି ହେବ ବୋଲି ଏଏପି କହିଛି।

ରାଜନୈତିକ ଦଳର ଉପହାର ଖର୍ଚ୍ଚ ଉପରେ ଧ୍ୟାନ ନଦେଇ ସାର୍ବଜନୀନ ରାଜସ୍ବର ଖର୍ଚ୍ଚ ଉପରେ ତୀକ୍ଷ୍‌ଣ ଦୃଷ୍ଟି ଦେବା ଜରୁରୀ। ନିର୍ବାଚନୀ ଉପହାର ଉପରେ କୋର୍ଟ ପକ୍ଷରୁ ଯଦି ହସ୍ତକ୍ଷେପ କରାଯାଉଥାଏ ତେବେ ଏହା ଠିକ୍‌ ନୁହେଁ ବୋଲି ଏଏପି କହିଛି।

Share