ରତ୍ନଭଣ୍ଡାରରେ ରହିଛି କେତୋଟି ମୁକୁଟ: ଏମିତି କହିଲେ ଜଷ୍ଟିସ ରଥ

ପୁରୀ,୨୦।୭: ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଖାଲି ଅଳଙ୍କାର ନୁହେଁ,  ରାଜା ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ଓ ମୁକୁଟ ଗଚ୍ଛିତ ଅଛି । ଭିତର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପରେ ଏମିତି କିଛି ଆଶ୍ଚର୍ଯ୍ୟକ ତଥ୍ୟ ଦେଇଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।
ସେ କହିଥିଲେ, ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରାରେ କିଛି ଯୁଦ୍ଧ ସାମଗ୍ରୀ ରହିଥିଲା । ସେଥିରେ କେତେକ ତେଣ୍ଟା ବର୍ଚ୍ଛା ଆଦି ଥିବା ଦେଖିଥିଲେ । ତେବେ ସେ ଅସ୍ତ୍ରଶସ୍ତ୍ର କଳା ପଡ଼ିଥିବାରୁ ତାହା କେଉଁ ଧାତୁରେ ତିଆରି ଜାଣି ହେଲାନି ।
ସେ ଏହା ମଧ୍ୟ କହିଛନ୍ତି ରତ୍ନଭଣ୍ଡାରରେ ମୁକୁଟ   ଅଛି । ହେଲେ କେତେଟା ମୁକୁଟ ଅଛି ? ତାହା କେଉଁ ରାଜାମାନଙ୍କର ? ସେଗୁଡ଼ା କହିହେବନି । କେବଳ ଏତିକି କହିଛନ୍ତି ଯେ, ମୁକୁଟଗୁ ପୂର୍ବ ଗଣତି ବେଳେ ନମ୍ବରିଂ କରାଯାଇଛି ।
Share