ଚାନ୍ଦବାଲି,୧୨।୮(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସାସ୍ଥକେନ୍ଦ୍ର ପରିସରରେ ଏକ ନବଜାତ ଶିଶୁର ମୁଣ୍ଡ ପଡ଼ିଥିବା ଶୁକ୍ରବାର ଦେଖିବାକୁ ମିଳିଛି। ତେବେ ମେଡ଼ିକାଲ ପରିସରରେ ଶିଶୁର ମୁଣ୍ଡ କେଉଁଠୁ ଆସିଲା ଏବଂ ଏହି ଶିଶୁଟି କାହାର ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଏ ନେଇ କେହି ମଧ୍ୟ ଅଭିଯୋଗ କରି ନାହାନ୍ତି। ତେବେ ଏହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚି ସୃଷ୍ଟି ହେଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ କେନ୍ଦ୍ରରେ ବେଆଇନ କାର୍ଯ୍ୟ ଚାଲିଛି ନା ଏ ଥିରେ ଆଉ କ’ଣ ରହସ୍ୟ ରହିଛି ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି। ଅନ୍ୟପକ୍ଷେ ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।