ଐଶ୍ୱର୍ଯ୍ୟା-କରିନା ନୁହନ୍ତି ଏହି ଅଭିନେତ୍ରୀ ପ୍ରଥମେ କରିଥିଲେ ସାବୁନ ପାଇଁ ବିଜ୍ଞାପନ

ବଲିଉଡ ଅଭିନେତ୍ରୀମାନେ ନିଜ ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତନ୍ତି। ସେମାନେ ମଧ୍ୟ ଅନେକ ବିଜ୍ଞାପନରେ ଅଭିନୟ କରନ୍ତି। ବର୍ତ୍ତମାନର ଅନେକ ଅଭିନେତ୍ରୀ ଲକ୍ସ ସାବୁନ ବିଜ୍ଞାପନରେ ମଧ୍ୟ ଅଭିନୟ କରୁଛନ୍ତି। ତେବେ, ଲକ୍ସ ସାବୁନ୍‌ ପାଇଁ ବିଜ୍ଞାପନରେ ପ୍ରଥମ ନଜର ଆସିଥିବା ଅଭିନେତ୍ରୀ କିଏ ଆପଣ ଜାଣନ୍ତି କି?, ଜାଣନ୍ତୁ ତାଙ୍କ ବିଷୟରେ। ସେ ଐଶ୍ୱର୍ଯ୍ୟା ରାୟ ଏବଂ କରିନା କପୁରଙ୍କ ପୂର୍ବରୁ ଏହି ବିଜ୍ଞାପନରେ ଅଭିନୟ କରିଛନ୍ତି।
ସେ ହିନ୍ଦୀ ସିନେମାର ବ୍ଲକବଷ୍ଟର ଫିଲ୍ମ ‘କଙ୍ଗନ’ର ପ୍ରସିଦ୍ଧ ଅଭିନେତ୍ରୀ ଲୀଳା ଚିତନିସ। ଲୀଳା ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ୧୯୪୧ରେ ଲକ୍ସ ସାବୁନ ବିଜ୍ଞାପନରେ କାମ କରିଥିଲେ। ସେ ମହାରାଷ୍ଟ୍ରର ପ୍ରଥମ ଗ୍ରାଜୁଏଟ ସୋସାଇଟି ଲେଡି ଭାବେ ଜଣାଶୁଣା।

Share