Categories: ଜାତୀୟ

ମୌଳିକ କର୍ତ୍ତବ୍ୟ ପ୍ରତି ସଚେତନ ନ ହୋଇ କେବଳ ଅଧିକାର ସାବ୍ୟସ୍ତ କରିବା ଠିକ୍‌ ନୁହେଁ…

ନୂଆଦିଲ୍ଲୀ,୨୧।୨ : ଭାରତର ସମ୍ବିଧାନ ନାଗରିକଙ୍କୁ କେତେକ ମୌଳିକ ଅଧିକାର ପ୍ରଦାନ କରିଛନ୍ତି। ଅନୁଚ୍ଛେଦ ୧୪, ୧୯ ଏବଂ ୨୧ରେ ଏସବୁ ଉଲ୍ଲେଖ କରାଯାଇଛି। ସେହିପରି ସମ୍ବିଧାନ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। କେବଳ ଅଧିକାର କଥା କହି କର୍ତ୍ତବ୍ୟକୁ ଭୁଲି ଯିବା ଠିକ୍‌ ନୁହେଁ ବୋଲି ମୌଳିକ କର୍ତ୍ତବ୍ୟକୁ ଏନ୍‌ଫୋର୍ସ କରିବା ନେଇ ଦାଖଲ ହୋଇଥିବା ଏକ ରିଟ୍‌ ପିଟିଶନ୍‌ର ବିଚାର କରି ସୋମବାର ସୁପ୍ରିମ୍‌କୋର୍ଟ ଏଭଳି କହିଛନ୍ତି।

ଦେଶର ପ୍ରତି ନାଗରିକ ସାମ୍ବଧାନିକ ବ୍ୟବସ୍ଥାକୁ ନିଜର ସମ୍ମାନ ପ୍ରଦାନ କରିବା ଅପରିହାର୍ଯ୍ୟ।
ବିଚାରପତି ଏସ୍‌.କେ. କାଉଲ୍‌ ଏବଂ ଏମ୍‌.ଏମ୍‌. ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଣୁଣାଣି ସମୟରେ ଏଭଳି ମତପୋଷଣ କରିଛନ୍ତି।

ବିଚାରପତି ଏସ୍‌.କେ. କାଉଲ୍‌ ଏବଂ ଏମ୍‌.ଏମ୍‌. ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଣୁଣାଣି ସମୟରେ ଏଭଳି ମତପୋଷଣ କରିଛନ୍ତି। ଦେଶର ଜାତୀୟତା ବୋଧ ଏବଂ ଏକତ୍ୱକୁ ଅତୁଟ ରଖିବା ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ବୋଲି ଖଣ୍ଡପୀଠ କହିଛନ୍ତି। ଦେଶର ନାଗରିକ ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବାର ଆବଶ୍ୟକତା ରହିଥିବାନେଇ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି।

Share