ଏସବୁ ସ୍ଥାନରେ ମାସ୍କ୍‌ ପିନ୍ଧିବା ନୁହେଁ ଜରୁରୀ, ମାର୍ଗ ଦର୍ଶିକା ପାଳନ ନ କଲେ ୬୦ ହଜାର ଜରିମାନା…

ଆବୁଧାବି,୨୫।୯: ୟୁଏଇରେ ଲୋକେ ଆଇ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ୧୮ ମାସ ପରେ ଏବେ ଲୋକେ ପୂର୍ବର ସ୍ବାଭାବିକ ସ୍ଥିତିକୁ ଫେରିବାକୁ ଯାଉଛନ୍ତି। ତେବେ ପ୍ରଶାସନ ପକ୍ଷରୁ କେତେକ ସ୍ଥାନ ଚିହ୍ନଟ କରାଯାଇଛି ଯେଉଁଠି ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ।

ସେଥିମଧ୍ୟରେ ସାବଜର୍ନୀକ ସ୍ଥଳରେ ବ୍ୟାୟାମ କରିବା ସମୟରେ, ନିଜ ଗାଡ଼ିରେ ଯାତ୍ରା କରିବା ସମୟରେ, ସୁଇମିଂ ପୁଲ୍‌ ଏବଂ ସମୁଦ୍ର କୂଳରେ, ବନ୍ଦ ଘରେ, ଏକା ଥିବା ସମୟରେ, ସାଲୁନ୍‌, ବିୟୁଟି ସେଣ୍ଟର, ସ୍ବାସ୍ଥ୍ୟ ସେବା କେନ୍ଦ୍ର ଆଦିକୁ ସାମିଲ କରାଯାଇଛି।

ଏହା ବ୍ୟତିତ ଅନ୍ୟ ସ୍ଥାନରେ ମାସ୍କ୍‌ ପିନ୍ଧିବା ଜରୁରୀ। ଏଭଳି ନ କଲେ ଉଲ୍ଲଂଘନକାରୀଙ୍କ ପ୍ରତି ୬୦ ହଜାର ଟଙ୍କାରୁ ଅଧିକ ଜରିମାନା ଦଣ୍ଡାଦେଶ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Share