Categories: ଜାତୀୟ

ଶ୍ରୀଲଙ୍କା ଭଳି ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିଯିବେ ଲୋକ:ଓୱାଇସି

ନୂଆଦିଲ୍ଲୀ,୧।୮: ଏଆଇଏମ୍‌ଆଇଏମ୍‌ ସଭାପତି ଅସଦୁଦ୍ଦିନ ଓୱାଇସି ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ବାସଭବନରେ ଲୋକମାନେ ଯେପରି ପ୍ରବେଶ କରିଥିଲେ, ସେହିଭଳି ଭାରତର ଲୋକମାନେ ଦିନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ। ଶ୍ରୀଲଙ୍କା ସରକାର ବେକାରୀ, ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ କରି ନ ଥିବାରୁ ଏଭଳି ପରିସ୍ଥିତି ଘଟିଛି। ଭାରତରେ ମଧ୍ୟ ଲୋକମାନେ ବର୍ତ୍ତମାନ ବେକାରୀ, ମୁଦ୍ରାସ୍ଫୀତିକୁ ରାସ୍ତାକୁ ଓହ୍ଲାଇଲେଣି। ଅଗ୍ନିପଥ ଯୋଜନା ବିରୋଧଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ନେତାଙ୍କ ଉପରେ ଲୋକଙ୍କ ବିଶ୍ୱାସ ହ୍ରାସ ପାଉଛି।
ଓୱାଇସି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗତ କିଛି ବର୍ଷ ଧରି ସଂସଦ କାର୍ଯ୍ୟକାଳକୁ ହ୍ରାସ କରିବାକୁ ଚେଷ୍ଟା କରାଯାଉଛି, ଯାହାଦ୍ୱାରା ବିତର୍କର ପରିସର ହ୍ରାସ ପାଇବ। ସଂସଦର ମୌସୁମୀ ଅଧିବେଶନରେ ୧୪ଟି ବିଲ ଆଗତ କରାଯାଇଥିଲା ଏବଂ କିଛି ମିନିଟ ମଧ୍ୟରେ ଏହା ମଧ୍ୟ ପାରିତ ହୋଇଥିଲା। ଗୋଟିଏ ବର୍ଷରେ ସଂସଦ ମାତ୍ର ୬୦-୬୫ ଦିନ କାର୍ଯ୍ୟ କରୁଛି, ତେଣୁ ଆମେ କିପରି ଲୋକଙ୍କ ସମସ୍ୟା ଉଠାଇବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

Share