ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିବାରେ ଲାଗିଲାଣି। ଏହା ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଆହୁରି ବଢ଼ିବ। ସ୍ବଭାବିକଠାରୁ ୩ ରୁ ୪ ଡିଗ୍ରୀ ପାରଦ ବଢ଼ିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ହେବ। ୨୮ ତାରିଖ ପରେ ଉପକୂଳ ଓଡ଼ିଶାରେ ସ୍ବଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ଗୁରୁବାର ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର କିଛି ଜଲିାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ଜିଲାରେ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର କିଛି ଜିଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୨୭ ତାରିଖରୁ ତାତି ଫେରିବା ସହ ଅସହ୍ୟ ଗରମ ହେବ।