କେନ୍ଦୁଝର,୧ା୪(ସ୍ବ.ପ୍ର.): କେନ୍ଦୁଝର ସହରର ଅନ୍ୟତମ ପୁରୁଣା ଡେଲି ମାର୍କେଟ ସାମାନ୍ୟ ବର୍ଷାରେ ବେହାଲ ହୋଇପଡ଼ିଛି। ବହୁ ଚାଷୀ ପନିପରିବା ଧରି ଆସନ୍ତି। ସେହିପରି ବନବାସୀମାନେ ଜଙ୍ଗଲରୁ ସଂଗୃହୀତ ପନିପରିବା, ଫଳମୂଳ ଆଦି ଆଣି ବିକିଥାନ୍ତି। କିନ୍ତୁ ପାଣି କାଦୁଅ ଯୋଗୁ ଚାଷୀ, ବନବାସୀ ତଥା ବେପାରୀ କାରବାର କରିବାରେ ବହୁ ସମସ୍ୟା ଭୋଗୁଛନ୍ତି। ଗ୍ରାହକମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଦ୍ବାରା ପରିବେଶ ପ୍ରଦୂଷିତ ହେଉଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।