ଖଇରା, ୧୦।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ଗ୍ରାମ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ବେପରୁଆ ଭାବେ କରାଯାଉଥିବାରୁ ମହତୀପୁର ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ପ୍ରବଳ ବର୍ଷାରେ ନାଳରେ ପାଣି ଭର୍ତ୍ତି ଥିବା ବେଳେ କଂକ୍ରିଟ ଢଳେଇ କରାଯିବାରେ ଏହାର ସ୍ଥାୟିତ୍ୱକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ା ଗୁରୁବାର ଅପରାହ୍ନରେ କିଛି ଗ୍ରାମବାସୀ ଏହି ନିମ୍ନମାନର କାମ ବନ୍ଦ ପାଇଁ ଦାବି କରିଥିଲେ ହେଁ ଠିକାଦାର ଏଥିପ୍ରତି କର୍ଣ୍ଣପାତ ନ କରି କାର୍ଯ୍ୟ ଜାରି ରଖିଥିବା ଅଭିଯୋଗ ହୋଇଛି। ବର୍ଷାଋତୁରେ ଢଳେଇ କାର୍ଯ୍ୟ ବନ୍ଦ କରା ନ ଗଲେ ଗ୍ରାମବାସୀ ସୋର-କୁପାରୀ ରାସ୍ତାରେ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।
କି.ମି. ଡ୍ରେନ ନିର୍ମାଣ ପାଇଁ ପାଖାପାଖି ୧କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏପ୍ରିଲ ୧୭ରେ ଏହାର ଭୂମିପୂଜା କରାଯାଇଥିଲା। କାର୍ଯ୍ୟଗ୍ରାହୀ ଗ୍ରୀଷ୍ମ ଋତୁରେ ପାଗ ଶୁଖିଲା ଥିବା ବେଳେ କାମ କରିବା ପରିବର୍ତ୍ତେ ୪ ମାସ ପରେ ଧାରା ଶ୍ରାବଣରେ କାର୍ଯ୍ୟ ଆରମ୍ଭ କରିଥିଲେ, ଯାହାକି ନିମ୍ନମାନର। ଏବେ ରାସ୍ତା ଉପରେ ଡ୍ରେନ ଖୋଳା ପରେ କାଦୁଅ ପଚ ପଚ ମାଟିକୁ ଜମା କରି ରଖିବା ଯୋଗୁ ଯାତ୍ରୀମାନେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଡ୍ରେନ ସଂଲଗ୍ନ ପରିବାରଗୁଡିକ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସିମେଣ୍ଟ, ରଡ୍, ଚିପ୍ସ ଓ ବାଲିର ଭାଗମାପରେ ବ୍ୟାପକ ଅନ୍ତର ଯୋଗୁ ଏହା କେତେବେଳେ ଯେ ଭୁଶୁଡିବ ତାହା କହିହେବ ନାହିଁ ା ଯନ୍ତ୍ରୀଙ୍କ ଅନୁପସ୍ଥିତି ଠିକାଦାରଙ୍କୁ ଏଭଳି ଅନିମିୟତତା ପାଇଁ ପ୍ରୋତ୍ସାହନ ଯୋଗାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ା ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ହରିଶଚନ୍ଦ୍ର ଦ୍ୱାରୀଙ୍କୁ ଯୋଗାଯୋଗ କରିବାରେ ସେ କନିଷ୍ଠଯନ୍ତ୍ରୀଙ୍କୁ ପଠାଇ ଏହାର ତଦାରଖ କରିବେ ବୋଲି କହିଛନ୍ତି।