Categories: ଖେଳ

‘ପନ୍ତଙ୍କ ସ୍ଥାନରେ କାର୍ତ୍ତିକଙ୍କୁ ଖେଳାଇବା ହାସ୍ୟାସ୍ପଦ’

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୪ଟି ମ୍ୟାଚ୍‌ ଖେଳିଛି। ଏଥିରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିଥିବା ବେଳେ ଋଷଭ ପନ୍ତ ଅପେକ୍ଷାରେ ଅଛନ୍ତି। ଏହି ନିଷ୍ପତ୍ତିକୁ ଅନେକେ ନାପସନ୍ଦ କରୁଥିବା ବେଳେ ଏବେ ଏହି କ୍ରମରେ ଯୋଡ଼ି ହୋଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ।

ଚାପେଲ ଟି୍‌ ଡେଭିଡଙ୍କୁ ବିଶ୍ୱକପ୍‌ରେ ସାମିଲ କରାଯିବାର ତୁଳନା ଭାରତୀୟ ସେଟ୍‌ଅପ୍‌ ସହିତ କରିଛନ୍ତି । ସେ କହିଛନ୍ତି, ଟିମ୍‌ ଡେଭିଡ୍‌ ଅନ୍ତର୍ଜାତୀୟସ୍ତରରେ କ’ଣ କରିଛନ୍ତି। ଘରୋଇ ଫର୍ମକୁ ନେଇ ଚୟନକର୍ତ୍ତା ଖେଳାଳି ବାଛୁଛନ୍ତି। ଏହାର ବଡ଼ ଉଦାହରଣ ହେଉଛି ଭାରତ। ଦୀନେଶ କାର୍ତ୍ତିକଙ୍କୁ ପନ୍ତଙ୍କ ସ୍ଥାନ ମିଳିଛି। ଏହା ହାସ୍ୟାସ୍ପଦ। ଏହାର ଅର୍ଥ ହେଉଛି ପନ୍ତଙ୍କୁ ପ୍ରତ୍ୟେକ ମ୍ୟାଚ୍‌ରେ ଖେଳାଇବା ଉଚିତ। ସେହିଭଳି ଟିମ୍‌ ଡେଭିଡ୍‌ଙ୍କୁ ଅପେକ୍ଷା କରିବାକୁ ଏବଂ ବିଶ୍ୱକପ୍‌ ପରେ ଖେଳାଇବାକୁ କହିଥିଲି। ଫଳରେ ତାଙ୍କ ନିକଟରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ହୋଇଥାନ୍ତା। ହେଲେ ତାହା ନ କରି ତାଙ୍କୁ ସୁଯୋଗ ଦିଆଯାଇଛି ବୋଲି ସେ କହିଛନ୍ତି।

କୁହାଯାଉଛି ଯେ, କାର୍ତ୍ତିକଙ୍କ ଲାଗି ଚଳିତ ବିଶ୍ୱକପ୍‌ ଶେଷ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ହୋଇପାରେ। କାରଣ ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଥିବା ଚୟନ ସମିତି ଆଗାମୀ ନ୍ୟୁଜିଲାଣ୍ଡ ଏବଂ ବାଲାଂଦେଶ ଗସ୍ତ ଲାଗି କାର୍ତ୍ତିକଙ୍କ ଦଳରେ ଚୟନ କରାଯାଇନାହିଁ। ୨୦୨୪ରେ ହେବାକୁ ଥିବା ବିଶ୍ୱକପ୍‌ରେ ମଧ୍ୟ ଦଳରେ ପରିବର୍ତ୍ତନ କରିବାକୁ ନେଇ ବିଚାର କରାଯାଉଛି।

Share