‘ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ’

ଲଣ୍ଡନ, ୧୧।୮(ପି.ଟି.): କରୋନା ଜନିତ ଲକ୍‌ଡାଉନ ପରେ ପିଲାମାନଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୋମବାର କହିଛନ୍ତି। ଏଥିସହିତ ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷାକୁ ମଧ୍ୟ ଅଗ୍ରାଧିକାର ଦେବାକୁ ସେ ପରାମର୍ଶ ଦେଇଛନ୍ତି। ବ୍ରିଟେନରେ ସେପ୍ଟେମ୍ବରରୁ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ସବୁ ଛାତ୍ରୀଛାତ୍ର ଯେପରି ସ୍କୁଲ୍‌କୁ ଆସିବେ ସେ ଦିଗରେ କାର୍ଯ୍ୟ କରିବା ପାଇଁ ଜନ୍‌ସନ ଶିକ୍ଷକ ସଂଘଗୁଡ଼ିକୁ କହିଛନ୍ତି।

Share