ନନ୍ଦିନୀଙ୍କୁ ଜାଣିବା ଆଜିର ପିଢ଼ିର ଉତ୍ତରଦାୟିତ୍ୱ

ଭୁବନେଶ୍ୱର,୧୨।୫(ଶର୍ମିଷ୍ଠା ପାଣିଗ୍ରାହୀ)ନନ୍ଦିନୀ ଶତପଥୀ ଯାହା ସବୁ କରିଯାଇଛନ୍ତି, ସେହି ତୁଳନାରେ ତାଙ୍କୁ କିଛି ମିଳିନାହିଁ। ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ନାହିଁ, ପାଠ୍ୟପୁସ୍ତକରେ ମଧ୍ୟ ତାଙ୍କ ନାମ ନାହିଁ। ବର୍ତ୍ତମାନର ପିଢ଼ି ତାଙ୍କୁ ପଢ଼ିଲେ, ତାଙ୍କ ସମ୍ପର୍କରେ କଥା ହେଲେ, ତାଙ୍କୁ ଜାଣିଲେ ହିଁ ତାଙ୍କ ତ୍ୟାଗକୁ ଉପଯୁକ୍ତ ସମ୍ମାନ ମିଳିବ। ସେ ଜଣେ ଭୁଲିଯିବା ଭଳି ବ୍ୟକ୍ତିତ୍ୱ ନୁହନ୍ତି। ସବୁ ପିଢ଼ି ତାଙ୍କୁ ମନେରଖିବା ଉଚିତ। ନନ୍ଦିନୀ କେବଳ ସ୍ମରଣୀୟ ନୁହନ୍ତି, ସମ୍ମାନାସ୍ପଦ ମଧ୍ୟ। ତେଣୁ ତାଙ୍କୁ ଜାଣିବା ଆଜିର ପିଢ଼ିର ଉତ୍ତରଦାୟିତ୍ୱ ବୋଲି ସାମ୍ବାଦିକା ତଥା ଲେଖିକା ପଲ୍ଲବୀ ରେବପ୍ରଗଡ଼ା କହିଛନ୍ତି। ଶନିବାର ବକୁଳ ଫାଉଣ୍ଡେଶନ ପକ୍ଷରୁ ପଲ୍ଲବୀଙ୍କ ଦ୍ୱାରା ଲିଖିତ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଲେଖିକା ପଲ୍ଲବୀଙ୍କ ସହ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଚ’ର ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀ, ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ। ଏହାପରେ ସୁଜିତ ମହାପାତ୍ର ଓ ଲେଖିକା ପଲ୍ଲବୀଙ୍କ ମଧ୍ୟରେ ପୁସ୍ତକ ସମୀକ୍ଷା ଭିତ୍ତିକ ଏକ ଆଲୋଚନା ହୋଇଥିଲା। ପଲ୍ଲବୀ କହିଥିଲେ, ଯେବେ ନନ୍ଦିନୀଙ୍କୁ ପ୍ରଥମେ ଜାଣିବାର ଅବସର ମିଳିଥିଲା, ନିର୍ଦ୍ଧାରିତ ଶବ୍ଦ ମଧ୍ୟରେ ତାଙ୍କ ଜୀବନୀ ବର୍ଣ୍ଣନା କରିବାକୁ କୁହାଯାଇଥିଲା। ଏକାଧାରରେ ଜଣେ ସୁଦକ୍ଷ ରାଜନେତ୍ରୀ, କଳାପ୍ରେମୀ, ସଙ୍ଗଠିକା ଭାବେ ପରିଚୟ ସୃଷ୍ଟି କରିପାରିଥିବା ନନ୍ଦିନୀଙ୍କୁ ସେ ମାତ୍ର କେତୋଟି ଶବ୍ଦରେ ସୀମିତ ରଖିବାକୁ ଚାହିଁ ନ ଥିଲେ। ଏହା ପରେ ସେ ନନ୍ଦିନୀଙ୍କ ଉପରେ ଗବେଷଣା କରିଥିଲେ ଓ ଲେଖିବା ଆରମ୍ଭ କରିଥିଲେ। ଏତେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇ ମଧ୍ୟ ତାଙ୍କ ବିଷୟରେ ବହୁତ କମ୍‌ ତଥ୍ୟ ସହ ଲେଖା ମଧ୍ୟ କମ୍‌ ପ୍ରକାଶ ପାଇଥିଲା। ପାଖାପାଖି ୫ବର୍ଷ ଲାଗିଗଲା ପୁସ୍ତକଟି ଲେଖିବାକୁ। ନନ୍ଦିନୀ ଆମ ଦେଶର ଝିଅ ହୋଇଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ଅଧିକ ଲେଖା ବିଦେଶ ପତ୍ରିକାରେ ପ୍ରକାଶ ପାଇଛି। ରାଜନୀତିରେ ଥିବାବେଳେ ତାଙ୍କୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମାତ୍ର ସେ ସବୁ ପରିସ୍ଥିତିକୁ ବେଶ୍‌ ସାଧାରଣ ଭାବେ ସାମ୍ନା କରୁଥିଲେ। ସେହିପରି ଲାଠିଚାର୍ଜ ସମୟରେ ନନ୍ଦିନୀ ତାଙ୍କର ପ୍ରଥମ ସନ୍ତାନକୁ ଗର୍ଭରେ ଧରି ରାଜନୀତିରେ ସକ୍ରିୟ ଥିଲେ। ତେଣୁ ତାଙ୍କ ବିଷୟରେ ଯେବେ ମୁଁ ଲେଖିବା ଆରମ୍ଭ କଲି ମୁଁ ମଧ୍ୟ ପ୍ରେଗ୍‌ନାଣ୍ଟ ଥିଲି। ସେତେବେଳେ ମନରେ ଗୋଟିଏ କଥା ଆସୁଥିଲା ଯଦି ସେ କରିପାରୁ ଥିଲେ, ମୁଁ କାହିଁକି ନୁହେଁ। ଏଭଳି ପ୍ରେରଣା ନନ୍ଦିନୀଙ୍କଠାରୁ ପାଇଥିବା ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଲେଖକ, ଗବେଷକ, ଛାତ୍ରୀଛାତ୍ର ଭାବବିନିମୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri