ବିରୁଷ୍କାଙ୍କ ବଡିଗାର୍ଡଙ୍କ ମାସିକ ଦରମା ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଉଭୟ ଇଣ୍ଡଷ୍ଟ୍ରିର ଷ୍ଟାର୍‌ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ବିରୁଷ୍କାଙ୍କ ସୁରକ୍ଷା ପାଇଁ ଥିବା ପ୍ରକାଶ ସିଂ ଓରଫ ସୋନୁ ମଧ୍ୟ ଉଭୟଙ୍କ ସହ ଅତି ନିକଟତର ଅଟନ୍ତି। ସୋନୁ ଉଭୟଙ୍କ ଛାଇ ପରି ଜଗନ୍ତି। ଦେଶରେ ହେଉ କିମ୍ବା ବିଦେଶରେ, ସେମାନଙ୍କ ବଡିଗାର୍ଡ ସୋନୁ ସର୍ବଦା ତାଙ୍କ ସହ ରୁହନ୍ତି। ଏହି କାମ ପାଇଁ ସେ ପ୍ରଚୁର ଫି ନିଅନ୍ତି। ସୋନୁ ବାର୍ଷିକ ୧.୨ କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ଅର୍ଥାତ୍‌ ମାସିକ ୧୦ ଲକ୍ଷ ଟଙ୍କା ସେ ନିଅନ୍ତି।
ଏହାବାଦ୍‌, ଅନୁଷ୍କା ଏବଂ ବିରାଟ ମଧ୍ୟ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି। ଅନୁଷ୍କା ମଧ୍ୟ ପ୍ରତିବର୍ଷ ତାଙ୍କ ବଡିଗାର୍ଡଙ୍କ ଜନ୍ମଦିନ ପାଳନ କରନ୍ତି। ଜିରୋ ଫିଲ୍ମର ଶୁଟିଂ ସମୟରେ ଅନୁଷ୍କା ନିଜେ ସୋନୁଙ୍କ ଜନ୍ମଦିନ ପାଳନ କରିଥିଲେ। ଏଥିପାଇଁ ସେ ବିରାଟ ଆୟୋଜନ ମଧ୍ୟ କରିଥିଲେ।

Share