କେତେ ବନ୍ଧକ ଜୀବିତ ତାହା ଅଜଣା, ହମାସର ମନ୍ତବ୍ୟ ନେଇ ଭୟଭୀତ ଲୋକେ…

ଜେରୁଜେଲମ,୨।୧୨ : ଅସ୍ତ୍ରବିରତି ପରେ ଇସ୍ରାଏଲ-ହମାସ ଯୁଦ୍ଧ ଏବେ ଚରମ ସ୍ଥିତିରେ ରହିଛି। ଇସ୍ରାଏଲ ପୁଣିଥରେ ନିଜର ସାମରିକ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ, ହମାସ ଏକ ଭୟଭୀତ କଲାଭଳି ବିବୃତ୍ତି ଦେଇ କହିଛି ଗାଜା ଅଞ୍ଚଳରେ କେତେ ଜଣ ବନ୍ଧକ ଅଛନ୍ତି ତାହା ଆମେ ଜାଣି ନାହୁଁ। ବେଳେ ହମାସର ରାଜନୈତିକ ଦଳର ନେତା ଗାଜି ହେମାଦ କହିଛନ୍ତି ଗାଜାରେ କୌଣସି ବନ୍ଧକ ଜୀବିତ ଅଛନ୍ତି କି ନାହିଁ ସେ ଜାଣି ନାହାନ୍ତି। ହମାସ ନେତାଙ୍କ ଏପରି ବିବୃତ୍ତିରେ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥି ସହିତ, ଇସ୍ରାଏଲ ହମାସର ଏହି ବିବୃତ୍ତି ଉପରେ କଡ଼ା ପ୍ରତିକ୍ରିୟା ଦେଇଛି ଏବଂ ଏହାକୁ ଅମାନବୀୟ ବୋଲି କହିଛି।

ଇସ୍ରାଏଲ ବାହିନୀ ଆଇଡିଏଫ ହମାସର ଜଣେ ନେତା ଏବଂ ଜଣେ ଖବରଦାତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଭିଡିଓ ଶେୟାର କରି କହିଛି ହମାସ ନିରୀହ ଲୋକଙ୍କ ଜୀବନ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛି। ତାଙ୍କ ସାକ୍ଷାତକାରରେ ହେମାଦ ାଜାରେ ହାମାସର ବନ୍ଧକ ୧୦ ମାସର କଫିର ବିବାସଙ୍କ ମୃତ୍ୟୁ, ତାଙ୍କର ୪ ବର୍ଷର ଭାଇ ଆରିଏଲ ବିବାସ ଏବଂ ସେମାନଙ୍କ ମା ଶିରି ବିବାସଙ୍କ ମୃତ୍ୟୁ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଆତଙ୍କବାଦୀ ଗୋଷ୍ଠୀ ଦାବି କରିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏହି ପରିବାରକୁ ହତ୍ୟା କରାଯାଇଛି, ଇସ୍ରାଏଲ କହିଛି ସେମାନେ ଏହାର ତଦନ୍ତ କରୁଛନ୍ତି। ହମାସ ନେତା ଇସ୍ରାଏଲକୁ ଧମକ ଦେଇ କହିଛନ୍ତି ଏଭଳି କାର୍ଯ୍ୟ ପାଇଁ ପରିଣାମ ଭୋଗ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌

ଦେଇର୍‌ ଅଲ୍‌-ବଲାହ, ୧୭ା୧୦: ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ...

ସତରେ କ’ଣ ହମାସ ମୁଖ୍ୟଙ୍କର ହୋଇଛି ମୃତ୍ୟୁ? ଇସ୍ରାଏଲ ସେନାର ବଡ଼ ଦାବି

ଜେରୁଜେଲମ,୧୭।୧୦: ହାମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରାଯାଇଥିଲା କି? ଗାଜାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ବୋଧହୁଏ...

ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ...

କିଏ ସେହି ସୁନ୍ଦରୀ, ଯାହାଙ୍କ ସହିତ ଟ୍ରୁଡୋଙ୍କର ରହିଛି ସମ୍ପର୍କ! ଅନେକ ସମୟରେ ଏକାଠି ନଜର ଆସନ୍ତି

ଓଟାଓ୍ବା,୧୭।୧୦: କାନାଡା ଏବଂ ଭାରତ ତିକ୍ତତା ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲୋନି ଜୋଲି ମଧ୍ୟ ଏହି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା...

ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା...

ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼...

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି...

ସ୍ୱୀକାର କଲେ ଜଷ୍ଟିନ ଟ୍ରୁଡୋ, କାନାଡ଼ା ପାଖରେ ନାହିଁ ନିଜ୍ଜାର ହତ୍ୟାର ପ୍ରମାଣ

ନୂଆଦିଲ୍ଲୀ, ୧୬ା୧୦: ବୁଧବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri