ଦାରିଙ୍ଗବାଡ଼ିରେ ପହିଲି ଶୀତ

ଦାରିଙ୍ଗବାଡି, ୧୬।୧୦ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ସୋମବାର ପହିଲି ଶୀତର ଅନୁଭୂତ ହୋଇଛି । ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଭୋର ସମୟରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି। ସର୍ବନିମ୍ମ ୧୫ ଡିଗ୍ରୀ ତାପମାତ୍ରା ରହିଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି । ସକାଳ ୮ଟା ଯାଏ ଶୀତ ଅନୁଭୂତ ହେଉଥିବା ପାଣି ଅତ୍ୟାଧିକ ଥଣ୍ଡା ହେଉଛି। ସକାଳ ସମୟରେ ଲୋକେ ଶୀତବସ୍ତ୍ର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଶୀତର ମଜା ନେବାପାଇଁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡି ଆସିବା ଆରମ୍ଭ ହୋଇଥିବା ବେଳେ ଆସନ୍ତା ପୂଜାଛୁଟି ପାଇଁ ସମସ୍ତ ଲଜ, ହୋଟେଲ, ରିସର୍ଟଗୁଡ଼କ ଆଗୁଆ ବୁକିଂ ହୋଇଥିବା ଜଣାପଡିଛି ।