ମୁମ୍ବାଇ, ୧୯।୧: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଆୟକର (ଆଇଟି) ବିଭାଗ ନୋଟିସ୍ କରିଛି। ମହାରାଷ୍ଟ୍ରର ନାଶିକ ସହର ନିକଟରେ ସିନ୍ନାର ଜିଲାରେ ଥିବା ଐଶ୍ୱର୍ଯ୍ୟାଙ୍କ ଜମିର ନନ୍ ଏଗ୍ରିକଲ୍ଚରାଲ୍ ଟାକ୍ସ ପଇଠ ନ କରିବାରୁ ଆୟକର ବିଭାଗ ପକ୍ଷରୁ ଏହି ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି। ଜମି କର ବାବଦକୁ ୨୧,୯୬୦ ଟଙ୍କା ଦେବାକୁ ଥିବାବେଳେ ନୋଟିସ ଜାରି ହେବାର ୧୦ ଦିନ ମଧ୍ୟରେ ଟଙ୍କା ପଇଠ କରିବା ଲାଗି ନୋଟିସରେ ଉଲ୍ଲେଖ କରାଯାଇଛି।