ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ହାଓଲା କାରବାରକୁ ନେଇ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜାଲ୍ ବିଲ୍ ପ୍ରସ୍ତୁତ କରି ଏଭଳି କାରବାର ଚଳାଉଥିବା ବ୍ୟକ୍ତିବିଶେଷ ଏବଂ ହାଓଲା ଅପରେଟରଙ୍କ ବିରୋଧରେ ଚଢ଼ାଉ କରାଯିବା ସହ ନଗଦ ଅର୍ଥ ଏବଂ ଜୁଏଲେରି ବାବଦ ୫.୨୬ କୋଟି ଟଙ୍କା ଜବତ କରାଯାଇଥିବା ଆୟକର ବିଭାଗ ପକ୍ଷରୁ ସୂଚନା ରହିଛି। ଦିଲ୍ଳୀ-ଏନ୍ସିଆର୍, ହରିୟାଣା, ପଞ୍ଜାବ,ଗୋଆ ଏବଂ ଉତ୍ତରାଖଣ୍ଡର ପ୍ରାୟ ୪୨ ସ୍ଥାନରେ ଏଭଳି ଚଢ଼ାଉ କରାଯାଇଛି। ଚଢ଼ାଉ ଦ୍ୱାରା ୨.୩୭ କୋଟି ଟଙ୍କା ୨.୮୯ କୋଟି ଟଙ୍କାର ଜୁଏଲେରି ଜବତ କରାଯାଇଛି।