ରାଜ୍ୟରେ ୪ ଯାଏ ବର୍ଷା: ଏ ସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସେଷ୍ଟେମ୍ବର ୪ ଯାଏ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ପାଣିପାଗ ବିଭାଗ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳକୁ ବଜ୍ରପାତ ଓ୍ବାର୍ଣ୍ଣିଂ ଜରି କରିଛି। ସେହିଭଳି ରାୟଗଡ଼ା ମାଲକାନଗିରି ଓ କୋରାପୁଟକୁ ମଧ୍ୟ ବଜ୍ରପାତ ଓ ଝଢ଼ବର୍ଷା ସତର୍କତା ଜାରି କରାଯାଇଛି। ତେବେ ମଙ୍ଗଳବାର ଗଜପତି, ଜଗତ୍‌ତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ମିଳିଛି। ଯାଜପୁର କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରିକୁୁ ମଧ୍ୟ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

Share